ଚମ୍ପୁଆ ନିକଟ ମାଣିକପୁର କଲେଜ ବସକୁ ଧକ୍କା ଦେଲା ହାଇଓ୍ବା : ୫ ଛାତ୍ର, ଛାତ୍ରୀ ଆହତ
ଚମ୍ପୁଆ, 22 ନଭେମ୍ବର (ହି.ସ.) : ଚମ୍ପୁଆ ନିକଟବର୍ତ୍ତି ମାଣିକପୁର ନିକଟରେ ସ୍କୁଲ ବସ ଦୁର୍ଘଟଣା ଘଟି ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତ ଛାତ୍ରଛାତ୍ରୀଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ ଚମ୍ପୁଆ ଠାରୁ ପାଞ୍ଚ କି
ଚମ୍ପୁଆ ନିକଟ ମାଣିକପୁର କଲେଜ ବସକୁ ଧକ୍କା ଦେଲା ହାଇଓ୍ବା : ୫ ଛାତ୍ର, ଛାତ୍ରୀ ଆହତ


ଚମ୍ପୁଆ, 22 ନଭେମ୍ବର (ହି.ସ.) : ଚମ୍ପୁଆ ନିକଟବର୍ତ୍ତି ମାଣିକପୁର ନିକଟରେ ସ୍କୁଲ ବସ ଦୁର୍ଘଟଣା ଘଟି ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତ ଛାତ୍ରଛାତ୍ରୀଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ ଚମ୍ପୁଆ ଠାରୁ ପାଞ୍ଚ କିଲୋମିଟର ଝାଡଖଣ୍ଡ ରାଜ୍ୟର ଜଗନ୍ନାଥପୁର ଥାନା ଅନ୍ତର୍ଗତ ମାଣିକପୁର ଠାରେ କଲେଜ ବସକୁ ଏକ ହାଇଓ୍ୱା ଧକ୍କା ଦେଇଥିଲା । ଫଳରେ ଦୁଇ ଗାଡିର ଡ୍ରାଇଭର ସହିତ ପାଞ୍ଚ ଛାତ୍ର ଛାତ୍ରୀ ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ନୂଆମୁଣ୍ଡିର ଇଣ୍ଟର କଲେଜ ବସଟି ଆଜି ସକାଳୁ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଜୟନ୍ତୀଗଡରୁ କଲେଜ ଯାଉଥିବା ବେଳେ ମାଣିକପୁର ନିକଟରେ ବିପରିତ ଦିଗରୁ ଆସୁଥିବା ହାଇଓ୍ବା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ହାଇଓ୍ୱା ଚାଳକ ଓ ବସ ଚାଳକ ଆହତ ହୋଇଥିଲେ । ଏଥିସହିତ କଲେଜର ପାଞ୍ଚ ଜଣ ଛାତ୍ର ଛାତ୍ରୀ ଆହତ ହୋଇଥିଲେ । ଜଗନ୍ନାଥପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande