




ବଲାଙ୍ଗିର, 22 ନଭେମ୍ବର (ହି.ସ.) ଆଜି ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ଉଦ୍ଜାପନୀ ସତ୍ର ଧୁମ୍ ଧାମରେ ପାଳିତ ହୋଇଯାଇଛି। ଶ୍ରୀ ଦୟାନିଧି ଖମାରୀ ବ୍ଳକ ଅଧ୍ୟକ୍ଷ ଦେଓଗାଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ, ଶ୍ରୀ ତ୍ରିବିକ୍ରମ ଦାଶ ସଭାପତିତ୍ବ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ନୀଳାଚଳ ଚିରଗୁନ ସମ୍ପାଦକ ଧନ୍ୟବାଦ କରିଥିଲେ।ଡ଼ା: ଗୋଦାବରୀଶ ରଥ, ବିଭୁତି ଭୁଷଣ ମିଶ୍ର, ସରୋଜ କୁମାର ବାବୁ, ଉପସ୍ଥିତ ଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା। ଠିକ୍ ସେହିଭଳି ଶିଶୁ ବାଟିକା ବିଭାଗରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସରିତା ବାଗ, ବ୍ଳକ ଅଧ୍ୟକ୍ଷା ବଲାଙ୍ଗୀର,ସମ୍ମାନିତ ଅତିଥି ଭାବେ ଶ୍ରୀ ଗୋଲାପ ବାଗ ସମିତି ସଭ୍ୟ ସଦେଇ ପାଲି ଯୋଗଦେଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ