



ସୁବର୍ଣ୍ଣପୁର, 22 ନଭେମ୍ବର (ହି.ସ.) ଜିଲ୍ଲାର ବିନିକାବ ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତ ର ତୁଲୁଣ୍ଡୁପାଲି ଝରାପଡାର ୨୪ ଗୋଟି ଭୂମିହୀନ ପରିବାର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ରହିବା ପାଇଁ ଜମି ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ଦାବି ପତ୍ର ପ୍ରଦାନ କରି ଗୁହାରି କରିଥିଲେ l ଖୁବ୍ ଶୀଘ୍ର ଏହି ଗାଁକୁ ପରିଦର୍ଶନ କରିବାକୁ ଓ ଏ ସବୁ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ, ଡ଼. ନୃପ ରାଜ ସାହୁ ଏ ନୀରିହ ଗରିବ ଆଦିବାସୀ ପରିବାରଙ୍କୁ ପ୍ରତିଶୁତି ଦେବା ପରେ ଏ ଲୋକମାନେ ଆଶ୍ୱସ୍ତି ଅନୁଭବ କରିଥିଲେ ଜିଲ୍ଲାପାଳ ମଧ୍ୟ ତାଙ୍କ କଥା ରଖି ଆଜି ନିଜେ ଉକ୍ତ ଗ୍ରାମକୁ ପରିଦର୍ଶନ କରି ସେମାନଙ୍କ ସହ ମିଶି ବାସ୍ତବ ଚିତ୍ର ପରଖିଥିଲେ। ପ୍ରକାଶ ଥାଉ କି ଯେ ବିଗତ ୨୦୨୨-୨୩ ରେ ଏ ଗାଁ ଲୋକେ ସାମାନ୍ୟ ତମ ମୌଳିକ ସୁବିଧା ରୁ ବଞ୍ଚିତ ଥିବା ବିଷୟ ଯେତବେଳେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାକୁ ପହଞ୍ଚିଥିଲା ତୁରନ୍ତ ଗାଁ କୁ ସଂଘ ର କର୍ମକର୍ତ୍ତା ପହଞ୍ଚି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲା।ଲୋକଙ୍କ ଦୁଃଖ କଷ୍ଟ କୁ ଅନୁଭବ କରି ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କପାଇଁ ପିଇବା ପାଣି ଓ ବିଦ୍ୟୁତ ସଂଯୋଗ ର ବ୍ୟବସ୍ଥା କରିଥିଲେ l ହେଲେ ସେମାନେ ସ୍ଥାୟୀ ଜମି ପଟ୍ଟା କିମ୍ୱା ଆବାସ ଗୃହ ପାଇ ନ ଥିବା କଥା ସେମାନେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଜିଲ୍ଲାପାଳ ଡ.ସାହୁ ଙ୍କୁ ଭେଟି ନିଜ ଗୁହାରି ଜଣାଇଥିଲେ। ଜିଲ୍ଲାପାଳ ମଧ୍ୟ ତାଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଆଜି ତାଙ୍କ ଗ୍ରାମକୁ ଯାଇ ତାଙ୍କୁ ଭେଟିଥିବା ଯୋଗୁଁ ସମସ୍ତ ପରିବାର ଖୁସି ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ ତାଙ୍କ ରହିବାପାଇଁ ଭୂମି ଯୋଗାଇ ଦେବା ଆଶା ଉଜ୍ବଳ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ