ସମ୍ବଲପୁର ଚିପିଲିମାରେ ପ୍ରତିଷ୍ଠା ହେବ ନୂତନ ପଶୁ ଚିକିତ୍ସା ବିଜ୍ଞାନ ଓ ପଶୁପାଳନ କଲେଜ
ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ସମ୍ବଲପୁର ଜିଲ୍ଲାର ଚିପିଲିମା ଠାରେ ଏକ ନୂତନ ‘ପଶୁ ଚିକିତ୍ସା ବିଜ୍ଞାନ ଓ ପଶୁପାଳନ କଲେଜ ପ୍ରତିଷ୍ଠା’ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ଚରଣ
ସମ୍ବଲପୁର ଚିପିଲିମାରେ ପ୍ରତିଷ୍ଠା ହେବ ନୂତନ ପଶୁ ଚିକିତ୍ସା ବିଜ୍ଞାନ ଓ ପଶୁପାଳନ କଲେଜ


ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ସମ୍ବଲପୁର ଜିଲ୍ଲାର ଚିପିଲିମା ଠାରେ ଏକ ନୂତନ ‘ପଶୁ ଚିକିତ୍ସା ବିଜ୍ଞାନ ଓ ପଶୁପାଳନ କଲେଜ ପ୍ରତିଷ୍ଠା’ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଧନ୍ୟବାଦ ଜଣାଉଛି ।

ପଶୁପାଳନ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି କଲେଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ସମ୍ବଲପୁରରେ କୃଷି ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ରାଜ୍ୟର ପଶୁପାଳକ, କୃଷକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande