ଏକାମ୍ର ୱାକ୍ସରେ ଯୋଡ଼ି ହେଲା ଦୁଇ ନୂଆ ଟ୍ରେଲ୍‌
ମନ ମୋହିବ ଓଡିଆ ଭାଷାର ଗୌରବ ଗାଥା ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଫିଲ୍ମ ପ୍ୟାନୋରାମା ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ଭୁବନେଶ୍ୱରର ଐତିହ୍ୟ, ସାଂସ୍କୃତିକ,ପ୍ରାକୃତିକ, ଆଧ୍ୟାତ୍ମିକତା, କଳା, ପରିବେଶର ହୃଦୟସ୍ପର୍ଶୀ ରୂପକୁ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିବ
ଏକାମ୍ର ୱାକ୍ସରେ ଯୋଡ଼ି ହେଲା ଦୁଇ ନୂଆ ଟ୍ରେଲ୍‌


ମନ ମୋହିବ ଓଡିଆ ଭାଷାର ଗୌରବ ଗାଥା ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଫିଲ୍ମ ପ୍ୟାନୋରାମା

ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ଭୁବନେଶ୍ୱରର ଐତିହ୍ୟ, ସାଂସ୍କୃତିକ,ପ୍ରାକୃତିକ, ଆଧ୍ୟାତ୍ମିକତା, କଳା, ପରିବେଶର ହୃଦୟସ୍ପର୍ଶୀ ରୂପକୁ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ‘ଏକାମ୍ର ୱାକ୍ସ’ରେ ‘ଓଡିଆ ଭାଷାର ଗୌରବ ଗାଥା ’ ଏବଂ ‘ଉତ୍କୃଷ୍ଟ କଳାର ଅନ୍ତରାଳେ-ଉତ୍କଳ – ଓଡ଼ିଆ ଫିଲ୍ମ ପ୍ୟାନୋରାମା’ ଭଳି ଦୁଇଟି ନୂଆ ଟ୍ରେଲ୍ ଯୋଡ଼ି ହୋଇଛି। ଆସନ୍ତାକାଲି ଠାରୁ ‘କଳା ଭୂମି’ଠାରେ ଏହି ଦୁଇ ଟ୍ରେଲ୍ ଆରମ୍ଭ ହେବ। ଏହି ଟ୍ରେଲ୍ ମାଧ୍ୟମରେ ଦର୍ଶକ ଓ ପର୍ଯ୍ୟଟକମାନେ ଓଡ଼ିଆ ସାହିତ୍ୟର ମହାନ୍ ସ୍ରଷ୍ଟାମାନଙ୍କ ସହ ଜଡ଼ିତ ସ୍ମୃତି ଓ କାହାଣୀକୁ ଜାଣିବାକୁ ପାଇବେ। ଅନ୍ୟପକ୍ଷରେ, ଓଡ଼ିଆ ଫିଲ୍ମ ପ୍ୟାନୋରାମା ଟ୍ରେଲ୍ ରେ ଓଡ଼ିଆ ସିନେମାର ଐତିହ୍ୟ, ନିର୍ମାତା, କଳାକାର ଓ ସହ କଥୋପକଥନର କରିପାରିବେ।

ଭାଷା, କଳା ଓ ଅଭିବ୍ୟକ୍ତିର ଜୀବନ୍ତ ଯାତ୍ରା ଉପରେ ଆଧାରିତ 'ଓଡିଆ ଭାଷାର ଗୌରବ ଗାଥା ଟ୍ରେଲ୍‌' ‘କଳା ଭୂମି’ ଠାରେ ପୂର୍ବାହ୍ନ ୧୧ : ୩୦ରେ ଅନୁଷ୍ଠିତ ହେବ। ଏହା ଓଡ଼ିଆ ଭାଷାର ବିକାଶ ଯାତ୍ରାକୁ ଏକ ରଙ୍ଗୀନ ଓ ଜୀବନ୍ତ ଅନୁଭବ ପ୍ରଦାନ କରିବ। ପ୍ରାଚୀନ କାଳରୁ ଆରମ୍ଭ କରି ଓଡ଼ିଆ ଭାଷାର ଶାସ୍ତ୍ରୀୟ ଗୌରବ ପର୍ଯ୍ୟନ୍ତ ଏହି ଯାତ୍ରାକୁ ସାହିତ୍ୟ, ନୃତ୍ୟ-ନାଟ୍ୟ, ଲୋକକଳା ଓ କାହାଣୀ କହିବା ମାଧ୍ୟମରେ ପ୍ରଦର୍ଶିତ ହେବ। ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ ଓ ଗରିମାକୁ ନୂଆ ଢଙ୍ଗରେ ଅନୁଭବ କରିବା ସକାଶେ ଏହି ଟ୍ରେଲ୍ ରେ ରହିଛି କିଛି ବିଶେଷ ଆକର୍ଷଣ! ଏଥିରେ ବିଭିନ୍ନ ଯୁଗରେ ଓଡ଼ିଆ ଭାଷା କିପରି ବଢ଼ିଛି, ତାହାର ସୁନ୍ଦର ଉପସ୍ଥାପନା,ଲୋକନୃତ୍ୟ ଜରିଆରେ କଥା, ଚରିତ୍ର ଓ ସଂସ୍କୃତିର ଝଲକ, ଶାସ୍ତ୍ରୀୟ ସାହିତ୍ୟ ଓ କବିତାରୁ ପ୍ରେରଣା ନେଇ ଓଡ଼ିଶୀ ନୃତ୍ୟ, ପୁରୁଣା ଓ ନୂଆ ଢଙ୍ଗରେ କାହାଣୀ କହିବାର ମଜା ଓ ସ୍ଥାନୀୟ ଭାଷା ବିଷୟରେ ଗଭୀର ଆଲୋଚନା,ଓଡ଼ିଆ ଭାଷା ଓ ସାହିତ୍ୟର ମହାନ୍ ବ୍ୟକ୍ତିଙ୍କ ସହ ସିଧା ସଳଖ କଥାବାର୍ତା,ସାହିତ୍ୟପ୍ରେମୀ, ସଂସ୍କୃତି ଅନୁରାଗୀ, ଛାତ୍ରଛାତ୍ରୀ ଓ ପରିବାର ସହିତ ଆସି ଏହି ଟ୍ରେଲ୍ ରେ ଯୋଗ ଦେଇ ଭାଷା ଶିଖିବାର ଏକ ନୂଆ ସୁଯୋଗ ପାଇବେ।

ସେହିପରି ଏକାମ୍ର ୱାକ୍ସର ୨୩ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ୟ ଏକ ଟ୍ରେଲରେ 'ଉତ୍କୃଷ୍ଟ କଳାର ଅନ୍‌ଢରାଳେ-ଉତ୍କଳ – ଓଡ଼ିଆ ଫିଲ୍ମ ପ୍ୟାନୋରାମା' ରେ ପ୍ରତି ରବିବାର କଳା ଭୂମିରେ ହେବ ଓଡ଼ିଆ ସିନେମାର ମହକ୍‌! ଏହା 'କଳା ଭୂମି'ର ଖୋଲା ଆକାଶ ତଳେ ଥିବା ଥିଏଟରରେ ପ୍ରତି ରବିବାର ସମୟ: ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଠାରେ ପୁରୁଣା ଓ ଐତିହାସିକ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ବଡ଼ ପରଦାରେ ପ୍ରଦର୍ଶନ,ଚଳଚ୍ଚିତ୍ର ଇତିହାସ, ନିର୍ଦ୍ଦେଶକ ଓ ସାଂସ୍କୃତିକ ପୃଷ୍ଠଭୂମି ବିଷୟରେ ସୁନ୍ଦର ପରିଚୟ,ଚଳଚ୍ଚିତ୍ର ବିଶେଷଜ୍ଞ, ସିନେପ୍ରେମୀ ଓ ସାଂସ୍କୃତିକ କର୍ମୀଙ୍କ ସହ ଖୋଲା କଥାବାର୍ତା ସହିତ ସାଙ୍ଗମାନଙ୍କ ସହ ଆସି ଓଡ଼ିଆ ସିନେମା, ହସ୍ତଶିଳ୍ପ ଓ ସଂସ୍କୃତିର ଏକ ଅଦ୍ଭୁତ ମିଶ୍ରଣକୁ ଉପଭୋଗ କରିପାରିବେ। ଆଗାମୀ ପ୍ରତି ରବିବାର ସନ୍ଧ୍ୟା କଳା ଭୂମିରେ ଓଡ଼ିଆ ଚଳଚ୍ଚିତ୍ରର ମହକ ଓ ଆଲୋକରେ ରଙ୍ଗିନ ହୋଇଉଠିବ! ଏହି ଦୁଇ ଟ୍ରେଲର ସୁନ୍ଦର ଅନୁଭୂତି ପାଇବା ପାଇଁ ଇଛୁକ କଳାପ୍ରେମୀ ଓ ଦର୍ଶକ ଆଗୁଆ ଏକାମ୍ର ୱାକ୍ସ ଡଟ୍ କମ୍ ରେ ପଞ୍ଜିକରଣ କରିବେ ବୋଲି ଆୟୋଜକ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ସୂଚନା ଥାଉ କି ଗତ ୭ ନଭେମ୍ବର ଠାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ 'ଏକାମ୍ର ୱାକ୍‌ସ'ର ୯ମ ସଂସ୍କରଣ ଆରମ୍ଭ ହୋଇଥିଲା। ଭୁବନେଶ୍ୱରର ଉନ୍ନତ ଐତିହ ଓ କଳା ସଂସ୍କୃତିକୁ ଜାଣିବା ଏହି ୱାକ୍‌ସ'ର ନିୟମିତ ଟ୍ରେଲଗୁଡ଼ିକ ୧୫ ନଭେମ୍ବର ରୁ ଆରମ୍ଭ ହୋଇ ୨୮ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ । ରାଜଧାନୀର ଭବ୍ୟ କଳା, ସଂସ୍କୃତିକୁ ଅଧିକ ଜାଣିବା ପାଇଁ ପର୍ଯ୍ୟଟକ ପାଇଁ ନୂଆ ଦୁଇ ଟ୍ରେଲ୍ ସମେତ ସମୁଦାୟ ୯ଟି ଟ୍ରେଲ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande