
କୋରେଇ, ୨୨ ନଭେମ୍ବର (ହି.ସ.)- ବେଆଇନ ଗୋ ଚାଲାଣ ମାମଳାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଶୁକ୍ରବାର ପାଣିକୋଇଲି ଥାନା ଅନ୍ତର୍ଗତ କୋରାଇ ରାସ୍ତାରେ ୮ଟି ଅଣ୍ଡିରା ବାଛୁରୀଙ୍କୁ ଚଲାଇ ଚଲାଇ ନେଇ ଯାଉଥିବା ୪ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଜନସାଧାରଣ ଅଟକ ରଖିବା ପରେ ଥାନାକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଅଂଚଳର ଅସୁବାହାଳୀ ଗ୍ରାମର ଗଜାନନ ମହାନ୍ତ, ଘଟଗାଁ ଥାନା ଅନ୍ତର୍ଗତ ଭରତ ମହାନ୍ତ, କାଳିଆ ବେହେରା ଓ ବରହମପୁର ଗ୍ରାମର ମନୋଜ ପଢିଆରୀଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏନେଇ ଏକ ମାମଲା ୩୭୯/୨୫ ରୁଜ୍ଜୁ କରାଯାଇଥିଲା । ସେମାନେ ବେଆଇନ ଚାଲାଣ ପରିବର୍ତେ ଯାଜପୁର ସଦର ଥାନା ଅନ୍ତର୍ଗତ ଜହଳ ଗ୍ରାମର ରବିନ୍ଦ୍ର ମଳିକ, ଅଶୋକ ମଳିକ, ପ୍ରହଲ୍ଲାଦ ମଳିକ ଓ ବିଷ୍ଣୁ ମଳିକଙ୍କ ଠାରୁ ଉକ୍ତ ୮ଟି ବାଛୁରୀକୁ କିଣି ଚାଷ କାମରେ ବ୍ୟବହୃତ କରିବାକୁ ନେଉଥିଲେ ବୋଲି କହିଥିଲେ । ପୁଲିସ ଜଳହ ଗ୍ରାମର ବିକ୍ରେତାଙ୍କୁ ଥାନାକୁ ଡକାଇ ଗୋରୁ ଗୁଡିକ ବିକ୍ରି ହେବାର ପ୍ରମାଣ ହସ୍ତଗତ ହେବା ପରେ ସେମାନଙ୍କ ଜିମାରେ ଗୋରୁ ଛାଡିଥିଲା । ଚାଷ କାର୍ଯ୍ୟରେ ଆଉ ବଳଦ ବ୍ଯବହୃତ ହେଉନଥିବାରୁ ତାଙ୍କ ବିଲରେ ବାଦାମ ଚାଷ ପାଇଁ ଆସିଥବା ଶ୍ରମିକ ମାନଙ୍କୁ ସେ ଗୋରୁ ବିକ୍ରି କରିଥିବା ସୂଚନା ଦେଇଥିଲେ । ଜାଲ ରସିଦ ଦେଖାଇବା ଅଭିଯୋଗରେ ଗଜାନନ, କାଳିଆ, ଭରତ, ମନୋଜକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ