
କେନ୍ଦୁଝର, 22 ନଭେମ୍ବର (ହି.ସ.) ଜିଲ୍ଲାସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଶୁଆକାଟିର ଛାତ୍ରୀମାନେ କେନ୍ଦୁଝରର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସଂଗୀତ ଶିକ୍ଷୟତ୍ରୀ ସୁନିତା ପଟ୍ଟନାୟକ ତତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କରି ଭାଗ ନେଈ ପ୍ରଥମ ସ୍ଥାନ ଅଧୂକାର ରାଜ୍ୟସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିବାରୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ମହାଲରେ ଆନନ୍ଦ ଖେଳିଯାଇଛି। ଏକକ ଜୁନିଅର ବିଭାଗ ନୃତ୍ଯରେ ଖୁସି ଦାସ ପ୍ରଥମ, ଏକକ ସିନିଅର ନୃତ୍ୟ ନୃତ୍ୟ ବିଭାଗରେ ଦୀପାରାଣୀ ମୁଣ୍ଡା ପ୍ରଥମ, ଯନ୍ତ୍ର , ଯନ୍ତ୍ର ସଂଗୀତରେ ଦ୍ରୋପଦୀ ମହତା ପ୍ରଥମ, ସିନିଅର ବିଭାଗ ଏକକ କଣ୍ଠ ସଂଗୀତ ତରେ ଭଗବତୀ ରଣା ପ୍ରଥମ ସ୍ଥାନ ବକ୍ତୃତା ବରିଷ୍ଠ ବିଭାଗରେ ସୁଶ୍ରୀ ତନୟା ପାତ୍ର ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦଳଗପ ଜଗତ ନୃତ୍ୟରେ ଦ୍ବିତୀୟ ସ୍ଥାନ ଓ ଭଲିବଲ ମ୍ୟାଚରେ ଦ୍ବିତୀୟ ସ୍ଥାନ ଅଧୂକାର କରି ରନର୍ସଅପ ହୋଇ ବିଦ୍ୟାଳୟ ଲାଗି ଗୌରବ ପ୍ରଦାନ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ ସାମଲ ଏବଂ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ବିଦ୍ୟାଳୟଟି ଗୌରବାନିତ ହେବା ସମ୍ଭବପର ହୋଇପାରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA