ନୂଆଁଖାଇ ଭେଟଘାଟ -୨୦୨୫ ଅବସରରେ କଳାକାର ସମାବେଶ
ବଲାଙ୍ଗିର, 22 ,ନଭେମ୍ବର ( ହି.ସ.) ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମ ଠାରେ ସ୍ୱେଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ,ବଲାଙ୍ଗୀର ତରଫରୁ ନୂଆଁଖାଇ ଭେଟଘାଟ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଅନୁଷ୍ଠିତ
ନୂଆଁଖାଇ ଭେଟଘାଟ -୨୦୨୫ ଅବସରରେ କଳାକାର ସମାବେଶ


ନୂଆଁଖାଇ ଭେଟଘାଟ -୨୦୨୫ ଅବସରରେ କଳାକାର ସମାବେଶ


ବଲାଙ୍ଗିର, 22 ,ନଭେମ୍ବର ( ହି.ସ.)

ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମ ଠାରେ ସ୍ୱେଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ,ବଲାଙ୍ଗୀର ତରଫରୁ ନୂଆଁଖାଇ ଭେଟଘାଟ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଅନୁଷ୍ଠିତ ଏହି ଭେଟଘାଟରେ ଜିଲ୍ଲାସ୍ତରୀୟ କଳାକାର ସମାବେଶ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ କଳାକାର ସମାବେଶରେ ସଭାପତିତ୍ୱ କରିଥିଲେ ଫାଉଣ୍ଡେସନର ଚେୟାରମେନ ବିଧୂଭୁଷଣ ସିଂହ ଦେଓ । ସାଧାରଣ ସଂପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ନୂଆଁଖାଇ ଭେଟଘାଟ ଅବସରରେ କଳାକାର ସମାବେଶ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀ ନିଜର ଅଭିଭାଷଣ ପ୍ରଦାନ କରି ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ବିଭିନ୍ନ୍ ଅଚଂଳରୁ ଆସିଥିବା ଶତାଧିକ କଳାକାର ନିଜର ଭାବ ଆଦାନ ପ୍ରଦାନ କରିବା ସହିତ କଳା ପ୍ରଦର୍ଶନ କରିଥିିଲେ । ଜିଲ୍ଲ୍‌ା କଳାକାର ସଙ୍ଘର ଉପ-ସଭାପତି ସୁଦାମ ବିଶି, ବର୍ଷିଆନ କୀର୍ତନ ଗୁରୁ ପରମାନନ୍ଦ ମାଝି ଓ ବରିଷ୍ଠ ପାଲା ଗୁରୁ ରସରାଜ ବୁଡେକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଅପରାହ୍ନ ଅଧିବେଶନରେ ବରେଣ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର , ଓ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଯୋଗ ଦେଇଥିଲେ । ଅତିଥି ମାନେ କଳା ଓ ସଂସ୍କୃତିର ପ୍ରର୍ଦଶନ ବବିଷ୍ୟତ ପିଢି ପାଇଁ ପଥ ପ୍ରଦର୍ଶକ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଲୁଚକିବନ୍ଧ, କଅଗାଁର ସାଂସ୍କୃତିକ ଦଳ, ଶ୍ରୀରାମ କିର୍ତନ ଧାରାର କଳାକାର ମାନେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ପରେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ପଦ୍ମଶ୍‌ôୀ ଜିତେନ୍ଦ୍ର ହରିପାଲ କଳାକେନ୍ଦ୍ର, ବଲାଙ୍ଗୀରର କଳାକାର ମାନେ ଲୋକ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ଉପ-ଶାସନ ସଚିବ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀରାମ କଲଚରାଲ ଗୃପର ସଭାପତି ମନ୍ମୟ ତ୍ରିପାଠୀ,ଚିଙ୍କୁ ପ୍ରଧାନ,ସତ୍ୟନାରାୟଣ ଗହିର ,ହାଡିବନ୍ଧୁ ତ୍ରିପାଠୀ, ଶ୍ରୀମୟ ତ୍ରିପାଠୀ,ପ୍ରସନ୍ନ ଗହିର ଓ ସନ୍ତୋଷ ବାଗ । ଆଖପାଖ ଗ୍ରାମର ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande