
ଜୟପୁର, ୨୨ ନଭେମ୍ବର (ହି.ସ.)- ଜୟପୁର ଢ଼େପଗୁଡା ସ୍ଥିତ ହନୁମାନ ମନ୍ଦିର ପରିସରରେ କୃଷକ କଲ୍ୟାଣ ମଞ୍ଚର ସାଧାରଣ ଅଧିବେଶନ ଆଜି ଅନୁଷ୍ଠିତ ହୋଇଛି l ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକ ଶହରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ l ଏହି ଅଧିବେଶନରେ ଧାନ ବିକ୍ରୀ ସକାଶେ ଟୋକେନ୍ ଅବଧି ଖରିଫ୧⁄୪ରେ ୪ ମାସ ଓ ରବି ଋତୁରେ ୨ ମାସ ବୃଦ୍ଧି କରାଯାଉ, ଧାନ ମଣ୍ଡିରେ ହିଁ କ୍ରୟକାରୀ ସଂସ୍ଥା ନିଜ ଅଖାରେ ଧାନ ଭରି ଓଜନ କରି ଚାଷୀଙ୍କୁ ଖାଲି ଅଖା ପ୍ରଦାନ ସହିତ ଓଜନ ଓ ପ୍ରାପ୍ତି ସ୍ୱୀକାର ପତ୍ର (ଭେଣ୍ଡର) ମଣ୍ଡିରେ ହିଁ ପ୍ରଦାନ କରନ୍ତୁ, ପ୍ରତ୍ୟେକ ଧାନ ମଣ୍ଡିରେ ଧାନ ଶୁଖା ଯନ୍ତ୍ର (ଉତ୍ତସ୍ଥରତ୍ତ) ମେସିନ୍ ବସାଯାଉ ଫଳରେ ଧାନର ଆଦ୍ରତା ଅଧିକ ରହିଲେ ଚାଷୀ ଧାନକୁ ଏଫ୍ଏ.କ୍ୟୁ. କରିପାରିବ, ଯେଉଁ ଚାଷୀର ଧାନ ଶୀଘ୍ର ଅମଳ ହେବ ସେହି ଚାଷୀର ଧାନ ଶୀଘ୍ର କିଣାଯାଉ ଫଳରେ ଚାଷୀ
ସୁବିଧାରେ ଧାନ ବିକ୍ରୟ କରିପାରିବ ଫଳରେ ଚାଷ କ୍ରୟକାରୀ ସଂସ୍ଥା, ପ୍ରଶାସନ ଚାପମୁକ୍ତ ହେବା ସହିତ ଚାଷୀ ସଅଳ ବିଭିନ୍ନ ଋଣ ପରିଶୋଧ କରିପାରିବ, ଧାନ ବିକ୍ରୀ ସକାଶେ ପଞ୍ଜ୧⁄୪ିକରଣ ସମୟ ସୀମା ଖରିଫ ଜୁଲାଇ ମାସ ଠାରୁ ସେପ୍ଟେମ୍ୱର ଓ ରବି ଋତୁରେ ଜାନୁୟାରୀ ମାସ ଠାରୁ ଅପ୍ରେଲ୍ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହିତ ପଞ୍ଜିକରଣ ବାରମ୍ୱାର କରାନଯାଉ କେବଳ ଆବଶ୍ୟକ ସ୍ଥଳେ ଚାଷୀ ପଞ୍ଜିକରଣ ପରିବର୍ତ୍ତନ କରିପାରିବେ ସେହି ସୁବିଧା କରାଯାଉ ବିକ୍ରେନ୍ଦ୍ରୀକରଣ ଧାନ କ୍ରୟ କ୍ଷମତା କେବଳ ରାଜଧାନୀରେ ରଖାନଯାଉ ଧାନ ଅମଳ ସମୟ,
ଭୌଗଳିକ ପରିସ୍ଥିତି, ଜଳବାୟୁକୁ ଦୃଷ୍ଟି ରେ ରଖି ଧାନ ସଂଗ୍ରହ ସମୟ, ଟୋକେନ୍ ପ୍ରଦାନ, ମାସ୍, ସାସ୍, ଉତ୍ପାଦନକୁ ଆଖି ଆଗରେ ରଖି ଏକର ପ୍ରତି କ୍ରୟ ପରିମାଣ, ଟାର୍ଗେଟ୍ କ୍ଷମତା, ଜିଲ୍ଲା ପ୍ରଶାସନ (ଜିଲ୍ଲାପାଳଙ୍କୁ ପ୍ରଦାନ କରାଗଲେ ପ୍ରକୃତରେ ବିକେନ୍ଦ୍ରୀକରଣ ଧାନ ସଂଗ୍ରହ ବ୍ୟବସ୍ଥା
ସଫଳ ହୋଇ ପାରନ୍ତା ମଣ୍ଡି ପରିଚାଳନା ସକାଶେ ସ୍ୱତନ୍ତ୍ର ନିଯୁକ୍ତି ପ୍ରାପ୍ତ ନୋଡାଲ୍ ଅଧିକାରୀ ମାନେ ନିଜର କାର୍ଯ୍ୟ
ବ୍ୟସ୍ଥତା ଯୋଗୁଁ ସମୟ ଦେଇ ପାରୁନାହାନ୍ତି ଏଣୁ ପ୍ରତ୍ୟେକ ମଣ୍ଡିରେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ପ୍ରଦାନ କରନ୍ତୁ, ଅଭିଯୋଗ ଶୁଣାଣୀ ଓ ସମାଧାନ ସକାଶେ ପ୍ରଶାସନ ତରଫରୁ ଜାରି କରାଯାଉଥିବା ହେଲ୍ପ ଲାଇନ୍ ନମ୍ୱର ଅଭିଯୋଗ ପଞ୍ଜିକୃତ କରାଯିବା ସହିତ ତୁରନ୍ତ କାର୍ଯ୍ୟକାରୀ କରାଯାଉ, ଛତିଶଗଡ ରାଜ୍ୟ ପରି ଆମ ରାଜ୍ୟରେ ଧାନ କ୍ରୟ କରାଯାଉ, ପ୍ରତ୍ୟେକ ଧାନ ସଂଗ୍ରହ ସମୟରେ ସପ୍ତାହକୁ ଥରେ ରିଭ୍ୟୁ କରାଯାଉ, ବର୍ତ୍ତମାନ ଜିଲ୍ଲାରେ ଡବ୍ଲୁ.ଏସ୍.ଏଚ୍.ଜି. ଓ ପାଣି ପଞ୍ଚାୟତ ନାମରେ କେତେକ ଦଲାଲ୍ ମିଲର ମଣ୍ଡିରେ ମିଥ୍ୟା ପ୍ରବେଶ କରି ଗ୍ରୁପ ସଦସ୍ୟ, ସଦସ୍ୟାଙ୍କ ନାମରେ ନିଜେ ଲକ୍ଷାଧିକ ଟଙ୍କ ଆତ୍ମସାତ କରୁଛନ୍ତି, ଯାହା ଫଳରେ ଖାଲି ଅଖା, ପରିବହନ, ହେଣ୍ଡଲିଙ୍ଗ୧⁄୪ ଚାର୍ଜ ଓ କମିଶନ ବାବଦକୁ ସରକାରଙ୍କୁ ପ୍ରଭୁତ କ୍ଷତି ସହିବା ସହିତ କଟନି, ଛଟନି କରି ସରକାରଙ୍କୁ ଅପନିନ୍ଦିତ ହେବାକୁ ପଡୁଛି। ଏଣୁ ଏହାର ଏକ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ କ୍ରୟକାରୀ ସଂସ୍ଥାର ଧାନ କ୍ରୟ କ୍ଷମତା କଟାଯାଉ, ଧାନ କ୍ରୟ କ୍ଷମତା ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଗଲେ ଗ୍ରାମ ପଞ୍ଚାୟତର ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇବା ସହିତ ଉନ୍ନତି ଦ୍ୱିଗୁଣିତ ହେବ ଓ ବିକଶିତ ଗାଁ ବିକଶିତ ଓଡିଶା ସ୍ୱପ୍ନ ସଫଳ ହୋଇପାରିବ, ବିଗତ ଧାନ ମଣ୍ଡିରେ ଚାଷୀ ବିକ୍ରି କରିଥିବା ଧାନର ଖାଲି ଅଖା ଓ ହେଣ୍ଡଲିଙ୍ଗ ଚାର୍ଜ ଚାଷୀଙ୍କୁ ପ୍ରଦାନ କରାଯାଉ, ଜିଲ୍ଲାରେ ନଭେମ୍ୱର ମାସରେ ଧାନ ଅମଳ ସରିଯାଉଥିବାରୁ, ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧାନର ଅଭାବୀ ବିକ୍ରୀ ବନ୍ଦ କରିବା ସକାଶେ, ପ୍ରଶାସନ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ନଭେମ୍ୱର ୨୫ ରୁ ୩୦ ତାରିଖ ମଧ୍ୟରେ ଧାନ ମଣ୍ଡି ଆରମ୍ଭ କରନ୍ତୁ, ଚାଷୀଙ୍କୁମଣ୍ଡିରୁ ଧାନ ମିଲରଙ୍କ୧⁄୪ ପାଖରେ ପହଞ୍ଚିଲା ପରେ ମିଲର କଟନି, ଛଟନି କରି ମିଲ୍ ସ୍ଲିପ୍ ଦେଲାପରେ କ୍ରୟକାରୀ ସଂସ୍ଥା ମଣ୍ଡିରେ ଏଣ୍ଟ୍ରି ହେଉଛି, ଏପରିକି କେତେ ମିଲର ନିଜ ଇଚ୍ଛା ମୁତାବକ ଦଲାଲ୍, ବେପାରୀ ଓ ଚାଷୀଙ୍କ ଧାନ ଉଠାଇଥାନ୍ତି ଉକ୍ତ ପ୍ରଥା ବନ୍ଦ କରାଯିବା ସହିତ ମିଲରଙ୍କ
ଦୌରାତ୍ମ୍ୟ, କ୍ରୟକାରୀ ସଂସ୍ଥାର ମନମାନୀ, ପ୍ରଶାସନର ଅବହେଳା, ରାଜନେତାଙ୍କ ସ୍ଥାଣୁତା ଏହା ଚାଷୀଙ୍କ ପ୍ରତି ତାତ୍ସଲ୍ୟ ଓ ବିଦ୍ରୁପ ବ୍ୟତୀତ କଣ ହୋଇପାରେ, ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରାଯିବ, କ୍ରୟକାରୀ ସଂସ୍ଥା ଓ ଆର୍.ଏମ୍.ସି. ଏକ କମିଶନ ଏଜେଣ୍ଟ ବ୍ୟତୀତ ନିଜର କୌଣସି ଦାୟିତ୍ୱ ନିର୍ବାହ କରୁନାହାନ୍ତି ପ୍ରଶାସନକୁ ବାରମ୍ୱାର ଆପତ୍ତି, ଅଭିଯୋଗ କଲାପରେ ମଧ୍ୟ ପ୍ରଶାସନ
କୌଣସି ପଦକ୍ଷେପ ନେଉନାହିଁ, କେବଳ ମିଥ୍ୟା ପ୍ରତିଶୃତି ଦେଇ ନିରବ ରହୁଛି ଏଣୁ ଆର୍.ଏମ୍.ସି. ଓ କ୍ରୟକାରୀ ସଂସ୍ଥା ତାଙ୍କ ଦାୟିତ୍ୱ କିପରି ସୂଚାରୁ ରୂପେ ନିର୍ବାହ କରିବେ ସେଥିପ୍ରତି ପ୍ରଶାସନ ଯତ୍ନବାନ ହୁଅନ୍ତୁ ଆର୍.ଏମ୍.ସି. ପାଖରେ ଗଚ୍ଛିତ ଥିବା ଅର୍ଥରେ ଜୟପୁର ଉପଖଣ୍ଡରେ ଥିବା ୪୯ଟି ଓ କୋରାପୁଟ ଉପକଣ୍ଠରେ ଥିବା ସମବ ଧାନ ମଣ୍ଡି ଗୁଡିକର ସ୍ଥାୟୀ ସ୍ଥାନ ନିରୂପଣ କରି ପ୍ରଥମେ ରବି ଋତୁରେ
ହେଉଥିବା ଧାନମଣ୍ଡି ଗୁଡିକର ଭିତ୍ତିଭୂମିର ବିକାଶ କରାଯିବା ସହିତ, ଆଗରୁ ନିର୍ମାଣ ସରିଥିବା ସମସ୍ତ ମଣ୍ଡିରେ ଆଲୋକ, ଜଳ, ପରିମଳ, ପାଚେରୀ, ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ମଣ୍ଡି ଗୁଡିକ କାର୍ଯ୍ୟକ୍ଷମ କରାଯାଉ, ଚାଷୀଙ୍କୁ ଏଫ୍.ଏ.କ୍ୟୁ. ନାମରେ ଶୋଷଣ ବନ୍ଦ କରାଯିବା ସହିତ ଏମ୍.ଏସ୍.ପି. ଖାଲି ଅଖା, ପରିବହନ ଖର୍ଚ୍ଚ ଓ ହେଣ୍ଡଲିଂ ଚାର୍ଜେସ୍ ଚାଷୀ କିପରି ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯାଉ ଓ ଧାନ
ବିକ୍ରିର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ୧⁄୪ ପ୍ରାପ୍ୟ ପ୍ରଦାନ କରାଯାଉ ମଣ୍ଡି ଆରମ୍ଭ ପୂର୍ବରୁ ଚାଷୀଙ୍କୁ ଏଫ୍ଏ.କ୍ୟୁ.ମାନର ଧାନ କିପରି କରାଯିବ ସଂପୃକ୍ତ ବିଭାଗ ଦ୍ୱାରା ତାଲିମ୍ ପ୍ରଦାନ କରାଯାଉ, ଜିଲ୍ଲାରେ ଥିବା ସମବ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନୂତନ ମଣ୍ଡି ସ୍ଥାପନ କରାଯାଉ ବର୍ତ୍ତମାନ ଜିଲ୍ଲାରେ ନୂତନ ରୂପେ ଗଠନ କରାଯାଉଥିବା ଲ୍ୟାମ୍ପ ଗୁଡିକ କାର୍ଯ୍ୟକ୍ଷମ କରାଯାଉ, ଆବଶ୍ୟକ ଜମି ଓ ଭିତ୍ତିଭୂମି ଯୋଗାଇ ଦିଆଯାଉ,
ମଣ୍ଡିକୁ ଦଲାଲ୍ ମୁକ୍ତ କରାଯିବା ସହିତ ଚାଷୀଙ୍କୁ ମଣ୍ଡି ଆରମ୍ଭ ପୂର୍ବରୁ ଖାଲି ଅଖା ପ୍ରଦାନ କରାଯାଉ, ମଣ୍ଡିରୁ ଯେଉଁ ଦିବସରେ ଧାନ ଆସୁଛି ସେହି ଦିନ ହିଁ ଅନ୍ ଲାଇନ କରିବା ସହିତ ପର୍ଯ୍ୟାପ୍ତ ଗାଡିର ବ୍ୟବସ୍ଥା କରାଯାଉ ମଣ୍ଡିରୁ ଧାନ ଉଠାଇବା ସହିତ ଧାନ କ୍ରୟ କରାଯାଉ ମଣ୍ଡି ଗୁଡିକରେ
ଫଲସ୍ ଏଣ୍ଟ୍ରି ବନ୍ଦ କରାଯିବା ସହିତ ମଣ୍ଡିର ଭିଡିଓ ରେକର୍ଡିଂ କରାଯାଉ, ବିକେନ୍ଦ୍ରୀକରଣ ଧାନ କ୍ରୟ ଯୋଜନାକୁ ପୋଥି ବାଇଗଣ କରାନଯାଉ, ଜିଲ୍ଲା ପ୍ରଶାସନକୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଉ, ଚାଷୀଙ୍କୁ ମଣ୍ଡିରେ ହିଁ ଭେଣ୍ଡର ରସିଦ ପ୍ରଦାନ କରାଯାଉ, ଚଳିତ ବର୍ଷ ଭଲ ଫସଲ ହୋଇଥିବାରୁ ପ୍ରତ୍ୟେକ ଜଳସେଚିତ ଓ ଅଣ ଜଳସେଚିତ ଜମିରୁ ଏକର ପିଛା ୨୫ କ୍ୱିଣ୍ଟାଲ୍ ଧାନ କ୍ରୟ କରାଯାଉ, ପ୍ରତ୍ୟେକ ସପ୍ତାହରେ ମଣ୍ଡିରେ ୩ ଦିନ ଏବଂ ୫୦୦୦ କ୍ୱିଣ୍ଟାଲ୍ ଧାନ କ୍ରୟ କରାଯିବାର ବ୍ୟବସ୍ଥା କରାଯାଉ, ଜିଲ୍ଲାରେ ମକାମଣ୍ଡି ସ୍ଥାପନ କରାଯାଉ,
ବର୍ତ୍ତମାନ ଧାନ ଅମଳ ଚାଲିଥିବାରୁ କ୍ରପ୍ କଟିଙ୍ଗ କରାଯାଉ, ସରକାରଙ୍କ ଏକର ପ୍ରତି ଧାର୍ଯ୍ୟ କ୍ରୟ କ୍ଷମତା ଠାରୁ ଅଧିକ ଧାନ ଅମଳ ହୋଇଛି, ସେହି ବଳକା ଧାନକୁ ଚାଷୀ ମଣ୍ଡି ମାଧ୍ୟମରେ ବିକ୍ରି କରିପାରିବେ, ପ୍ରଶାସନ ତାହାର ବ୍ୟବସ୍ଥା କରିବା ସହିତ ଚାଷୀ ଧାନର ଅଭାବ ବିକ୍ରୀର ଶିକାର
ନହେବେ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ, ଡି.ଏଲ୍.ପି.ସି. ବୈଠକରେ ପ୍ରତ୍ୟେକ ବ୍ଲକର ଅନ୍ତତଃ ୨ ଜଣ ଚାଷୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଉ, ଦୀର୍ଘ ୩୦ ବର୍ଷରୁ ଉଦ୍ର୍ଧ୍ୱ ହେବ ପ୍ରଶାସନ ଆର୍.ଏମ୍.ସି. ର ଭିତ୍ତିଭୂମିର ଉନ୍ନତି ସକାଶେ ପ୍ରତିଶୃତି,
ଆଶ୍ୱାସନା, ସାନ୍ତ୍ୱନା, ଦେଇ ଚାଷୀଙ୍କୁ ଠକି ଆସିଛି, ଏଣୁ, ଯେତେଦିନ ପର୍ଯ୍ୟନ୍ତ ଆର୍.ଏମ୍.ସି.ର
ନିଜସ୍ୱ ଜମି ନାହିଁ, ଭିତ୍ତିଭୂମି ନାହିଁ, ଆର୍.ଏମ୍.ସି.ପାଉଥିବା ଅର୍ଥରୁ ଚାଷୀଙ୍କୁ କିମ୍ୱା ରେଡକ୍ରସ୍କୁ
ପ୍ରଦାନ କରାଯାଉ, ତତ୍ ସହିତ ବର୍ତ୍ତମାନ ଆର୍.ଏମ୍.ସି.ର ଭିତ୍ତିଭୂମିର ଉନ୍ନତି ସକାଶେ
କରାଯାଉଥିବା ବ୍ୟୟ ଅଟକଳ ପ୍ରତ୍ୟେକ ମଣ୍ଡି ପିଛା ୫୦ ଲକ୍ଷରୁ ବଢାଯାଉ, ଅନ୍ତତଃ ୨ କୋଟି ଟଙ୍କା କରାଯାଉ, ମଣ୍ଡି ଆରମ୍ଭ ପରବ ପୂର୍ବରୁ କରାଯାଉ ଚାଷୀଙ୍କ ହାତକୁ ପଇସା ଆସିଲେ ପରବରେ ମନୋରଞ୍ଜନ କରିପାରିବେ, ରାଜ୍ୟ ବରୀୟ (ଏସ୍.ଏଲ୍.ପି.ସି.) ବୈଠକ ତୁରନ୍ତ ଡକାଯାଉ, ରିଲିଫ୍ କୋଡ୍ର ସଂଶୋଧନ କରାଯିବା ସହିତ ରାଜସ୍ୱ ବିଭାଗରୁ ପ୍ରଜା ଶବ୍ଦ ଉଚ୍ଛେଦ କରାଯାଉ, ବୀମା କମ୍ପାନୀ ଦ୍ୱାରା ଯେତେ କ୍ଷତି ସେତେ ଭରଣା ପ୍ରଦାନ କରାଯାଉ, ଏଫ୍୧⁄୪.ସି.ଆଇ. ଦ୍ୱାରା ଧାନ ସଂଗ୍ରହ କରାଯାଉ, ଭାଗଚାଷୀଙ୍କୁ ଚିହ୍ନଟ କରି ତାଙ୍କଧାନ କ୍ରୟ କରାଯାଉ, ଚାଷୀଙ୍କୁ କୃଷିକାର୍ଯ୍ୟ ସକାଶେ ବ୍ୟବହୃତ ବିଦ୍ୟୁତ ଦେୟ ଓ ଟ୍ରାକ୍ଟର ରଡ ଟ୍ୟାକ୍ସ ଛାଡ କରାଯାଉ, ରାଜ୍ୟ ବାହାରୁ ସରୁ, ବାସନା, ସୁଗନ୍ଧିତ, ଜୈବିକ ଚାଷଧାନ, ଔଷଧୀୟ ଗୁଣ୍ଡଯୁକ୍ତ ଧାନ ଆମଦାନୀ କରିବାକୁ ପଡିଥାଏ, ଏହି ରକମ ଧାନ ଉତ୍ପାଦନ ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ, ଧାନ, ମକା, ବିରି, ମୁଗ, ଚିନାବାଦାମ ଓ ପନିପରିବା ଜାତୀୟ ହାଇବ୍ରିଡ୍ ବିହନ ସରକାର
ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇ ଦିଅନ୍ତୁ, କମ୍ ମିଲିଙ୍ଗ ସକାଶେ ମିଲରଙ୍କୁ ଦିଆଯାଉଥିବା ଧାନର ୬୭ ପ୍ରତିଶତ ଚାଉଳ ମିଲର୍ ଫେରାଇଥାନ୍ତି,
ବଳକା ୩୩ ପ୍ରତିଶତ ଅଂଶ ଅର୍ଥ ଆକାରରେ ମିଲର୍ ସରକାରଙ୍କୁ ଫେରାଇବାର ବ୍ୟବସ୍ଥା କରାଯାଉ, କେବଳ ସମବାୟ ସଂସ୍ଥା ଜରିଆରେ ଜମିର ପରିମାଣ ଓ ଫସଲ ଖସଡା ଅନୁସାରେ ରାସାୟନିକ ସାର ଯୋଗାଇ ଦିଆଯାଉ, ଧାନ ଓ ଚାଉଳର ଭଣ୍ଡାରଣ କ୍ଷମତା ଏଫ୍.ସି.ଆଇ. ଏନ୍.ସି.ଏମ୍.ଏସ୍.ଏଲ୍., ପି.ଜି.ଗୋଦାମ, ପି.ଡି.ଏସ୍. ଗୋଦାମ, ଆର୍.ଏମ୍.ସି., ୱେର୍ ହାଉସ୍, ବ୍ଲକ ଓ ସହରାଞ୍ଚଳର ସଂରକ୍ଷିତ କ୍ଷମତା ବଢାଯାଉ, ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଗୋଟିଏ ଶୀତଳ ଭଣ୍ଡାର ଗୋଦାମ ଗୃହ ନିର୍ମାଣ କରାଯାଉ, କେତେକ ଜାତୀୟକରଣ ବ୍ୟାଙ୍କ, କୃଷିଋଣ ଉପରେ ୧୪ ପ୍ରତିଶତରୁ ଅଧିକ ସୁଧ ନେଉଛନ୍ତି, ନାବାର୍ଡ ଓ ଆର୍.ବି.ଆଇ. ଏଥିପ୍ରତି ଧ୍ୟାନ ଦିଅନ୍ତୁ, ଡିପ୍ ବୋରୱେଲ୍ ସକାଶେ ଚାଷୀ ତିନିବର୍ଷ ହେବ ଟଙ୍କ ଜମା କରିଛନ୍ତି ତାହା କାର୍ଯ୍ୟକାରୀ କରିବା ସହିତ ଜଳ ସମ୍ପଦର ସୁବିନିଯୋଗ କରାଯାଉ, ଧାନମଣ୍ଡି ପରିବହନ ଗାଡିରେ ଭି.ଟି.ଏସ୍. ରଖାଯିବା ସହିତ ଧାନ ପରିବହନ ସମୟରେ ଗାଡିର ଅଭାବ ଦୂରୀକରଣ ସକାଶେ ଆଗତୁରା ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ, ଜିଲ୍ଲାରେ ଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିଥିବା ପ୍ରକଳ୍ପ ଗୁଡିକ ସବଳ କରାଯିବା ସହିତ, ମନୋବ୍ଲକ ପମ୍ପ ପରିବର୍ତ୍ତେ ସବ୍-ମର୍ସିବଲ୍ ପମ୍ପ ବସାଯାଉ କୋଲାବ, ତେଲେଙ୍ଗିରି ପରି ବୃହତ୍ ଜଳସେଚନ ପ୍ରକଳ୍ପ ଗୁଡିକର ଜଳ ଯେପରି ନହୋଇ ଶେଷ ସୂତ୍ରରେ ପାଣି ପହଞ୍ଚିବ ସେଥିପ୍ରତି ଜଳସମ୍ପଦ ବିଭାଗ ଦୃଷ୍ଟି ଦେଉ, ଚାଷୀମାନଙ୍କୁ ଘର, ଘରବାରି, ଖଳା, ଗୋଶାଳା କରିବାକୁ ପଟ୍ଟା ପ୍ରଦାନ କରାଯାଉ, ଚାଷୀଙ୍କୁ କୃଷିକାର୍ଯ୍ୟ ସକାଶେ ବ୍ୟବହୃତ ଛଷଜ୍ଞରଯ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉ ଆଦି ଉପରେ ଆଲୋଚନା କରାଯାଇଥିଲା l
ଏହି ବୈଠକ ରେ ରାଧା ବିନୋଦ ସାମନ୍ତରାୟ, ମନୋଜ ପାତ୍ର, ସିମାଞ୍ଚଳ ପାତ୍ର, ନୀଳକଣ୍ଠ ନାୟକ, ଝଡ଼େଶ୍ୱର ନାୟକ, ଜେ ରମସେ ବିପଦ ଭଞ୍ଜନ ନାୟକ, ନାରାୟଣ ପାଣିଗ୍ରାହୀ, ବିଦ୍ୟାଧର ସଥପଥି ପ୍ରମୁଖ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି