
ଜୟପୁର , 22 ନଭେମ୍ବର (ହି.ସ.)
ଏକ ମଦବ୍ୟବସାୟୀଙ୍କ ଠାରୁ ମାରପିଟ କରି ଟଙ୍କା ଲୁଟି କରିଥିବା ଅଭିଯୋଗରେ ଆଜି ଟାଉନପୁଲିସ ଅନ୍ୟଏକ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁଆରୀ ମାସରେ ଜମୁନାଗୁଡା ରୋଡରେ ଏକ ମଦବ୍ୟବସାୟୀକୁ ଦୁଇଜଣ ଯୁବକ ଆକ୍ରମଣ କରି ଟଙ୍କା ଲୁଟ କରିଥିବା ଅଭିଯୋଗରେ ପୂର୍ବରୁ ଟାଉନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଗୋପବନ୍ଧୁ ନଗର ଅଞ୍ଚଳର ଅନ୍ୟଜଣେ ଅଭିଯୁକ୍ତ ଶିବ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଆଇ ସିଦ୍ଧାର୍ଥ ବେହେରା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି