ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ର ଗୁରୁତ୍ୱପୂର୍ଣ୍ଣ ବୈଠକ
ଜୟପୁର, 22 ନଭେମ୍ବର (ହି.ସ.) ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସ
ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ର ଗୁରୁତ୍ୱପୂର୍ଣ୍ଣ ବୈଠକ


ଜୟପୁର, 22 ନଭେମ୍ବର (ହି.ସ.) ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସ ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଯୋଗଦାନ କରିଥିଲେ l , ଅଣଗେଜେଟେଡ୍ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଓ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା l ଜୟପୁର ଠାରେ ତା ୨୧.୧୨.୨୦୨୫ ରିଖ ଦିନ ଏକ ସମାବେଶ କରିବା ନିମନ୍ତେ ସ୍ଥିର କରାଗଲା, ସମସ୍ତ କର୍ମଚାରୀ ଙ୍କୁ ୨୦,୦୦୦୦୦/- ଲକ୍ଷ ଟଙ୍କା ଯୋଗାଇଦେବା , ନୁତନ ପେନସନ୍ ବଦଳରେ ପୁରୁଣା ପେନସନ ଲାଗୁ କରିବା, ପୁରୁଣା ନିୟମ ଅନୁସାରେ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବା ସହିତ ଅଣଗେଜେଟେଡ୍ କର୍ମଚାରୀ ଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସ୍ଥିର କରାଯାଇଥିବା ସୁଚନା ମିଳିଛି l ଉକ୍ତ ବୈଠକରେ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ସମ୍ପାଦକ ମହେଶ୍ୱର ମିଶ୍ର, ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ସହ ସମ୍ପାଦକ ଲକ୍ଷ୍ମୀ କାନ୍ତ ଦାସ , ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଉପଦେଷ୍ଟା କୈଳାଶ ସାମନ୍ତରାୟ, ଶ୍ରୀ ସୁଧାକର ପଣ୍ଡା, ଶ୍ରୀ ଜଗଦିଶ ମିଶ୍ର, ଶ୍ରୀ ଭାଗିରଥି ବାରିକ, ଶ୍ରୀ ଅଜିତ୍ କୁମାର ସତପଥି, ସୁସିଲ଼ ପ୍ରେମ୍ ନାଗ, ସଞ୍ଜିତ୍ ସୁନା, କୁମୁଦ କୁମାର ମିଶ୍ର, ଦିଲିପ୍ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ଓ ଶ୍ରୀ ଅଜୟ କୁମାର ପ୍ରଧାନ କାର୍ଯ୍ୟ କାରିଣୀ ସଦସ୍ୟ ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ, ପରି ଶେଷରେ ଶ୍ରୀ ଦାଶ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ l ---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande