ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ
କେନ୍ଦୁଝର, 22 ନଭେମ୍ବର (ହି.ସ.) ଆଜି ଶନିବାର ମୋଚିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟର ୪୫ତମ ବାର୍ଷିକ କେନ୍ଦୁଝର ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲ
ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ


କେନ୍ଦୁଝର, 22 ନଭେମ୍ବର (ହି.ସ.)

ଆଜି ଶନିବାର ମୋଚିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟର ୪୫ତମ ବାର୍ଷିକ କେନ୍ଦୁଝର ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମବେତ କ୍ରୀଡ଼ାବିତ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ମାନସିକ ଶିକ୍ଷା ସହ ଶାରୀରିକ ଶିକ୍ଷାର ଅବିବୃଦ୍ଧି ନ ଘଟିଲେ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରାପ୍ତି ହୋଇ ନଥାଏ । ଛାତ୍ରଛାତ୍ରୀ ମାନଙ୍କୁ ବ୍ୟକ୍ତିଗତ ଭାବେ ଶୃଙ୍ଖଳିତ ହୋଇ ଖେଳ ପ୍ରଦର୍ଶନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଜସ୍ବୀନି ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ବିନା ସ୍ବାସ୍ଥ୍ୟ ଅସମ୍ଭବ ବୋଲି ମତବ୍ୟକୁ କରିବା ସହ ଉତ୍ତମ ଖେଳ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟର ଟେକ ରଖୁବାକୁ ପରାମର୍ଶ ଦେଇଥିଲେ । କ୍ରୀଡ଼ା ଶିକ୍ଷକ ଫକୀର ମୋହନ ମହନ୍ତିଙ୍କ ନେତୃତ୍ବରେ ସମସ୍ତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିଥିଲେ। ଉତ୍ସବ ଶେଷରେ ବରିଷ୍ଟ ଶିକ୍ଷକ ଶାନ୍ତନୁ କୁମାର ମହାପାତ୍ର ଜିଲ୍ଲା କ୍ରୀଡ଼ା ସଂସ୍ଥା ଏବଂ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande