
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ପ୍ରତିବର୍ଷ ପରି ଚଳିତ ବର୍ଷ ୨୬ତମ ବାର୍ଷିକ ନେତ ଉଡ଼ାଣ ଉତ୍ସବ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି’, ଭଦ୍ରକର ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀ ବାଳ ଗୋପାଳ ମନ୍ଦିର ପ୍ରାଙ୍ଗଣରେ ସମିତିର ମୁଖ୍ୟ ପରିଚାଳକ ପ. ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକରେ ଅନୁଷ୍ଠିତ ହୋଇଥିବା ସପ୍ତାହ ବ୍ୟାପୀ କାଳୀପୂଜା ସମାରୋହରେ ମହାସଂସ୍କୃତିର ଜାଗରଣ ଯାତ୍ରା ର ଆୟବ୍ୟୟ ପାଠ କରାଯାଇ ଅନୁମୋଦନ କରାଗଲା। ଚଳିତ ବର୍ଷ ଜାନୁଆରୀ ମାସ ପହିଲାରେ ପାଳିତ ହୋଇଆସୁଥିବା ସମିତିର ବାର୍ଷିକ ସ୍ମାରକ ନେତ ଉ ଡ଼ାଣ ଉତ୍ସବ ତିହିଡ଼ି ବ୍ଲକସ୍ଥ ଚାରିତରଫା ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ସମିତିର ବାର୍ଷିକ ମୁଖପତ୍ର ‘ନୀଳକନ୍ଦର’ ନାମକ ପତ୍ରିକା ପ୍ରକାଶନ ପାଇଁ ଆସନ୍ତା ୩୦.୧୧.୨୦୨୫ ସୁଦ୍ଧା ଲେଖା ସଂଗ୍ରହ କରିବା ପାଇଁ ଲେଖକ ଓ ଲେଖିକା ମାନଙ୍କୁ ଅନୁରୋଧ କରାଯାଇଛି। ଏହି ଉତ୍ସବରେ ଅତିଥି ଚୟନ ପ୍ରକ୍ରିୟା ନିମନ୍ତେ ପରବର୍ତୀ ବୈଠକକୁ ସ୍ଥଗିତ ରଖାଗଲା। ଏହି ଆଲୋଚନା ସମାରୋହରେ ସର୍ବଶ୍ରୀ ଶରତ ଚନ୍ଦ୍ର ମହାନ୍ତି ବରିଷ୍ଠ ଉପଦେଷ୍ଟା, ସନେଇ ଶିଅଳ, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ପଣ୍ଡା, ସହ ଆବାହକ ବାବୁଲାଲ ଦାସ, ବଳରାମ ମହାନ୍ତି, ସୁବାସ ଚନ୍ଦ୍ର ବଳ ପ୍ରମୁଖ ବହୁ ସେବକ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକର ପ୍ରାରମ୍ଭ ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ ଶ୍ରୀଜଗନ୍ନାଥଙ୍କ ସ୍ମୃତି ପାଠ ପୂର୍ବକ ସମିତିର ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ