ବାଇଜାପଡ଼ା ଗ୍ରାମ ତଳ ସାହିର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ
କେନ୍ଦୁଝର, 22 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ବାଇଜାପଡ଼ା ଗ୍ରାମ ତଳ ସାହି (ଠାକୁରାଣ ଶାଳ) ପାଖରେ ଥୂବା ନଳକୂପଟି ଦୁଇମାସରୁ ଉର୍ଦ୍ଧ୍ବ ହେବ ସଂପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ପଡ଼ିରହିଛି। ଏହା ଦ୍ବାରା ତଳ ସାହିରେ ବସବାସ କରି ରହିଥ‌ିବା
ବାଇଜାପଡ଼ା ଗ୍ରାମ ତଳ ସାହିର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ


କେନ୍ଦୁଝର, 22 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ବାଇଜାପଡ଼ା ଗ୍ରାମ ତଳ ସାହି (ଠାକୁରାଣ ଶାଳ) ପାଖରେ ଥୂବା ନଳକୂପଟି ଦୁଇମାସରୁ ଉର୍ଦ୍ଧ୍ବ ହେବ ସଂପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ପଡ଼ିରହିଛି। ଏହା ଦ୍ବାରା ତଳ ସାହିରେ ବସବାସ କରି ରହିଥ‌ିବା ପରିବାର ଲୋକେ ମୁନ୍ଦାଏ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବାଇଜାପଡ଼ା ଗ୍ରାମ ତଳ ସାହିର ଜନସାଧାରଣ ହରିଚନ୍ଦନପୁର ବ୍ଲକ ଅଧୀନରେ କାର୍ଯ୍ୟରତ ଥିବା ଆର.ଡବ୍ଲୁ.ଏସ୍. ଏସ୍ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ୍ କରି ଜଣାଇବା ପାଇଁ ବହୁ ଚେଷ୍ଟା ସତ୍ତ୍ବେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଫୋନ୍ ରିସିଭ୍ କରୁନଥିବା ଗ୍ରାମବାସୀ ଓ ଅଭିଯୋଗ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ଏକ ସହରୁ ଉଦ୍ଧ ପରିବାର ଜାହାପାଇଁ ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାକୁ ଯଥା ଶୀଘ୍ର ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଦୃଷ୍ଟି ଦେଇ ବାଇଜାପଡ଼ା ତଳ ସାହିବାସୀଙ୍କୁ ପାନୀୟ ଜଳ ଯୋଗାଣ ଦେବା ପାଇଁ ବିଶୁଦ୍ଧ ସାଧାରଣରେ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande