ଫୁଲବାଣୀ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବ୍ଳକ ସ୍ତରୀୟ ବିଜ୍ଞାନମେଳା
Rastriya invension and Block Level science exhibition
ଫୁଲବାଣୀ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବ୍ଳକ ସ୍ତରୀୟ ବିଜ୍ଞାନମେଳା


କନ୍ଧମାଳ, ୨୨ ନଭେମ୍ବର (ହି.ସ.) ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବ୍ଳକ ସ୍ତରୀୟ ବିଜ୍ଞାନମେଳାର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରଞ୍ଜନ କୁମାର କହଁରଙ୍କ ଅଧ୍ୟକ୍ଷତାରେ ବ୍ଳକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସେହିପରି ଭାବରେ ଉଦଯାପନୀ ଉତ୍ସବରେ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ ଶ୍ରୀମତୀ ମୀନା କୁମାରୀ ଦିଗାଲ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ସିମାଞ୍ଜଳ, ଏବିଇଓ ଶ୍ରୀ ସିମାଦ୍ରୀ କହଁର, ଏବିଇଓ ଶ୍ରୀ ଧନେଶ୍ୱର କହଁର, ସଭାପତି, ଜିଲ୍ଲା ଶିକ୍ଷକ ସଂଘ ଶ୍ରୀ ସନ୍ତୋଷ କୁମାର ଦିଗାଲ, ସଭାପତି, ବ୍ଳକ ଶିକ୍ଷକ ସଂଘ ଶ୍ରୀ ଦିନେଶ ବେହେରା, ସଭାପତି, ଏନପିଏସ୍ ବ୍ଳକ ଶିକ୍ଷକ ସଂଘ ଶ୍ରୀ ସରୋଜ ସେଠୀ ଯୋଗଦେଇ ଥିଲେ। ବାଲ୍ ପ୍ରଦର୍ଶନୀ ରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ୭ଗୋଟି ଉପ ବିଷୟରୁ ୭ଗୋଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରାଯାଇ ଶ୍ରେଷ୍ଠ ୭ ଜଣ କୁନି ବୈଜ୍ଞାନିକ, ବିଜ୍ଞାନ ମେଳା କନିଷ୍ଠ ବର୍ଗରୁ ଶ୍ରେଷ୍ଠ ୩ ଜଣ ଏବଂ ବରିଷ୍ଠ ବର୍ଗରୁ ଶ୍ରେଷ୍ଠ ୩ ଜଣଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ଚୟନ କରାଯିବା ସହିତ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ ଶ୍ରୀମତୀ ମୀନା କୁମାରୀ ଦିଗାଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ଲଲାଟେନ୍ଦୁ ନାୟକ, ଶ୍ରୀ ଅରୁଣ କୁମାର ଦେ ଏବଂ ସରୋଜ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ୧୦୭ ଟି ପ୍ରକଳ୍ପ ସହ ପ୍ରାୟ ୧୨୦ ଛାତ୍ରଛାତ୍ରୀ ଓ ୧୦୭ ଜଣ ଗାଇଡ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande