
ଜୟପୁର , 22 ନଭେମ୍ବର (ହି.ସ.)କୋରାପୁଟ ସଦର ମହକୁମାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ମେଡିକାଲ କଲେଜ ଛକ ନିକଟରେ ସ୍ଥାପିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ସମାଜସେବୀ କାମାକ୍ଷା ପ୍ରସାଦ ମାଝୀ, ପୂର୍ବତନ ବିଧାୟକ ନିମାଇଁ ସରକାର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ସାହୁ, ସ୍ମାରକୀ କମିଟି ସଦସ୍ୟ ଆର. ଶର୍ମା ଓ ଅରୁଣ କୁମାର ଦାଶ ପ୍ରମୁଖ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ସହୀଦଙ୍କ ଜନ୍ମମାଟି ତେନ୍ତୁଲିଗୁମାର ବିକାଶ ପାଇଁ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି। ସେହିପରି କୋରାପୁଟ ବସଷ୍ଟାଣ୍ଡରେ ସ୍ଥାପିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ରାଜ୍ୟ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ରାଜ୍ୟ ବିଜେପି ସଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ,ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ କୋରାପୁଟ ତହସିଲଦାର ସୟଦ ସବୀର ସାହା ପ୍ରମୁଖ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ। ସେହିପରି
ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଜୟପୁର ମୁଖ୍ୟ ରାସ୍ତାରେ ଥିବା ଶହୀଦ ଲକ୍ଷ୍ଣଣ ନାୟକଙ୍କ ପ୍ରତିମୁତ୍ତି ନିକଟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟନ୍ତି ପାଳିତ ହୋଇଛି । ଭାରତର ସ୍ୱାଧୀନତା ସଂଗ୍ରାମୀ ଶହିଦ ଲକ୍ଷଣ ନାୟକଙ୍କ ଜୟନ୍ତି ଉପଲକ୍ଷେ ପ୍ରତିମୁତ୍ତି ନିକଟରେ ଜୟପୁର ଉପଖଣ୍ଡ ପ୍ରଶାସନ, ଶହୀଦ ଲକ୍ଷ୍ଣଣ ନାୟକ ସ୍ମୁତି ସମିତି, ଉତ୍କଳ ସମ୍ମଳିନି କୋରାପୁଟ ଜିଲା ଶାଖା ତରଫରୁ ଜୟନ୍ତି ପାଳିତ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଅତିରିକ୍ତ ପୌର କାଯ୍ୟନିବାହି ଅଧିକାରି ପୁଜା ରାଉତ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଜିଲା କଂଗ୍ରେସ ଭବନ ଜୟପୁର ଠାରେ ଜୟନ୍ତି ପାଳନ କରାଯାଇଛି । ଶହିଦ ଲକ୍ଷ୍ମଣ ନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଜୟନ୍ତି ପାଳନ କରାଯାଇଛି । ଏଠାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବିହାନିପତି, ଜିଲା କଂଗ୍ରେସ ସଭାପତି ରୁପକ ତୁରୁକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ପୁବତନ ବିଧାୟକ ନିମାଇ ସରକାର , ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ହସନ ମଦାନି ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି