
ପଟ୍ଟାମୁଣ୍ଡାଇ, 22 ନଭେମ୍ବର (ହି.ସ.)ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ, ଦେଶର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଭାବନା ଉଜ୍ଜୀବିତ କରିବାକୁ, ପିଏମ୍ ମୋଦିଙ୍କ ଫିଟ୍ ଇଣ୍ଡିଆ ଓ ଖେଲୋ ଇଣ୍ଡିଆ ଅଭିଯାନ ଅଧୀନରେ ସାରା ଦେଶରେ ଆୟୋଜିତ ହେଉଛି ସାଂସଦ କ୍ରୀଡ଼ା ମହୋତ୍ସବ । ପଟ୍ଟାମୁଣ୍ଡାଇ ବ୍ଲକ 35 ନମ୍ବର ଜୋନ ସାତଭଉଣୀ ମଣ୍ଡଳ ପାନ୍ତୁରି କୁସୁମୁଅଣ୍ଟା ପଡିଆରେ ମଣ୍ଡଳ ସ୍ତରୀୟ ସାଂସଦ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଛି l ସଂଯୋଜକ ରତ୍ନାକର ସେଠି(ଟିଟନ) ଙ୍କ ସଂଯୋଜନା ରେ ଓ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା 200 ରୁ ଉର୍ଧ୍ଵ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଉଦଘାଟନୀ ଉତ୍ସବ ରେ ଅତିଥି ଭାବେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଗୀତାଞ୍ଜଳି ସେଠୀ ଉପସ୍ଥିତ ରହି ପତାକା ଉତୋଳନ କରିବା ସହ ସ୍ବଦେଶୀ ର ଶପଥ ପାଠ କରାଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ କିଶୋର କୁମାର ପଣ୍ଡା , ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରିଣୀ ବନ୍ଦନା ପାତ୍ର,ମଣ୍ଡଳ ସଭାପତି ଜଗନ୍ନାଥ ପଣ୍ଡା,ନରସିଂହପୁର ପଂଚାୟତ ସରପଞ୍ଚ ପ୍ରତିନିଧି ସୁଶୀଲ ପରିଡା,ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠି, ବିଜୟ କେତନ ରାଉତ, ଶିବାନନ୍ଦ ସେନାପତି, ମାଳତୀ ନାୟକ,ସୁବ୍ରତ ଦାସ,ସୁଧୀର ରଞ୍ଜନ ପ୍ରଧାନ, ହୃଷିକେଶ ସେଠି,ସୁବ୍ରତ ମଳିକ,ପାଣ୍ଡଵ ସେଠି,ରବୀନ୍ଦ୍ର ପ୍ରଧାନ, ରମାରଞ୍ଜନ ପରିଡା, ରମେଶ ଦାସ, ଏବଂ ଦଳର ଯୁବ କାର୍ଯ୍ୟକର୍ତ୍ତା ଙ୍କ ସହ ଯୋଗଦେଇ ଥିଲେ। ବିଜୟୀ ପ୍ରତିଯୋଗୀ ମାନଂକୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ