ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, 22 ନଭେମ୍ବର (ହି.ସ.)ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜ
ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ସୁବର୍ଣ୍ଣପୁର, 22 ନଭେମ୍ବର (ହି.ସ.)ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପ ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୁମ୍ୟରୁପା ରଥ, ଉପଜିଲ୍ଲାପାଳ, ବୀରମହାରାଜପୁର, ଶ୍ରୀ ସୁରେନ୍ଦ୍ର ମେହେରଙ୍କ ସମେତ ଅର୍ଥ କମିଟିର ସମେତ ସମେତ ସଦସ୍ୟ ସଦସ୍ୟା ଓ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଗତ ବର୍ଷର ଆୟ ଓ ବ୍ୟୟ ବିଷୟରେ ଆଲୋଚନା କରାଗଲା ଓ ଚଳିତ ବର୍ଷ କେମିତି ଅଧିକ ଅର୍ଥ ବା ପାଣ୍ଠି ସଂଗ୍ରହ କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ଗଦାଧର ବାରିକ, ମନୋରଞ୍ଜନ ତ୍ରିପାଠୀ, ଦିଲୀପ କୁମାର ପାତ୍ର ସେମାନଙ୍କର ସୂଚିତିନ୍ତ ମତାମତ ପ୍ରଦାନ କରିଥିଲେ । ଅର୍ଥ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ, ସୁବର୍ଣ୍ଣପୁର ଧାର୍ଯ୍ୟ କରାଯାଇଥିବା ଚାନ୍ଦା ବା ପାଣ୍ଠି ଆଗାମୀ ୩୧ ଡିସେମ୍ବର ୨୦୨୫ ମଧ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ର ବ୍ୟାଙ୍କ୍ ଆକାଉଣ୍ଟ ରେ ଜମା କରିବା ପାଇଁ ସଂପୃକ୍ତ ଅଧିକାରୀ, ସଂସ୍ଥା ଓ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରିଥଲେ । ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର ସୁଶ୍ରୀ ଯମୁନା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ ନିଜାରତ ଅଧିକାରୀ, ଶ୍ରୀ ସତ୍ୟବ୍ରତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande