
ବାରିପଦା, ୨୨ ନଭେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ବେତନାସିଆ ଠାରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଦୁଇ ହାତୀ ଲଢେଇରେ ଗୋଟାଏ ଦନ୍ତା ହାତୀର ଜୀବନ ଯାଇଥିବା ସୂଚନା ମିଳିଛି । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଗତ କିଛି ଦିନ ଧରି ଝାଡ଼ଖଣ୍ଡରୁ ଆସିଥିବା ହାତୀ ପଲ ଏହି ଅଞ୍ଚଳରେ ରହି ଆସୁଥିବା ସମୟରେ ଗତକାଲି ଶିମିଳିପାଳ ହାତୀ ପଲ ମଧ୍ୟ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ। ମୋଟ ୫୭ ଟିକିଆ ହାତୀ ପଲ ଏହି ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଉପଦ୍ରବ ଜାରି ରଖିଥିଲେ। ଗତକାଲି ଅପରାହ୍ନରେ ଦୁଇ ଦନ୍ତା ହାତୀ ମଧ୍ୟରେ ଲଢେ଼ଇ ହୋଇଥିଲା। ଏହି ଲଢେଇରେ ଗୋଟିଏ ଦନ୍ତାର ଜୀବନ ଯାଇଥିବାର ଜଣାପଡିଛି । ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ