୧୭ ବର୍ଷରୁ କମ ବାଳକ ବିଭାଗ ବିଭାଗର କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦୁଝର, 22 ନଭେମ୍ବର (ହି.ସ.) ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡ଼ା ସ୍ଥିତ ବଳରାମ ଧୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଘସିପୁରା ମଣ୍ଡଳ ସ୍ତରୀୟ ୧୭ ବର୍ଷରୁ କମ ବାଳକ ବିଭାଗ ବିଭାଗର କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ମ
୧୭ ବର୍ଷରୁ କମ ବାଳକ ବିଭାଗ ବିଭାଗର କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ


କେନ୍ଦୁଝର, 22 ନଭେମ୍ବର (ହି.ସ.) ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡ଼ା ସ୍ଥିତ ବଳରାମ ଧୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଘସିପୁରା ମଣ୍ଡଳ ସ୍ତରୀୟ ୧୭ ବର୍ଷରୁ କମ ବାଳକ ବିଭାଗ ବିଭାଗର କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ମହାପାତ୍ର ସଭାପତିତ୍ବ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ମୁଖ୍ୟ ଅତିଥୂଭାବେ ବିଦ୍ୟାଳୟର ଚେୟାରମ୍ୟାନ ଦେବବ୍ରତ ପଟ୍ଟନାୟକ ଯୋଗଦେଇ ଆନୁଷ୍ଠାନିକ ଆନୁଷ୍ଠାନି ଭାବେ ପତାକା ଉତ୍ତୋଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥ୍‌ଭାବେ କ୍ର ବେ କ୍ରୀଡା ସମ୍ପାଦକ ବିଜୟ କୁମାର ସାହୁ, ପ୍ରଭାସିନୀ ଷଡ଼ଙ୍ଗୀ ଯୋଗଦେଇଥିଲେ। ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ନାରାୟଣ ଦାସ ସଭାର ସଂଯୋଜନା କରିଥ‌ିବା ବେଳେ ଶିକ୍ଷକ ଅତୀଶ କୁମାର ଜେନା, ଶୁଭ୍ର ଜ୍ୟୋତି ଧୀର, ବିଶ୍ବଜିତ ଖୁଣ୍ଟିଆ,ଳ ଥା,ଲକ୍ଷ୍ମୀପ୍ରିୟା ସାହୁ, ବାସନ୍ତୀ ରଣା, ଲକ୍ଷ୍ମୀଧର ରାଉତ ସହଯୋଗ କରିଥିଲେ। ଅଳତୀ, ସାଇଁକୁଳ, ବଳରାମପୁର ଓ ପୁର ଓ କୁଶଳେଶ୍ବର ଜୋନରୁ ସତୁରି ଜଣ ପ୍ରତିଯୋଗୀ ଭାଗନେଇଥିଲେ। କ୍ରୀଡା ଶିକ୍ଷକ ସୁରେଶ କୁମାର ଭୂୟାଁ ଙ୍କ ତତ୍ବାବଧାନରେ ପ୍ରକାଶ ବିଶ୍ବାଳ, ବରଦା ପ୍ରସନ୍ନ ଖୁଣ୍ଟିଆ, ମିନହରୀ ପେରେଇ, ରାଜେଶ ଘଡେଇ, ବିଭୁ ପ୍ରସାଦ ମହାନ୍ତି, ପ୍ରତ୍ୟୁଷ ମହାନ୍ତି ବିଚାରକ ଭାବେ ଯୋଗ ଦେଇ ଥିଲେ। ଉମାଶଙ୍କର ରାଉତରାୟ, ରଞ୍ଜନ ବେହେରା, ଶୁଚିସ୍ମିତା ମହାନ୍ତି ଓ ଧର୍ମପ୍ରିୟା ବେହେରା ପ୍ରମୁଖ ଖେଳ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande