
କନ୍ଧମାଳ , ୨୨ ନଭେମ୍ବର (ହି.ସ.)
ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମାନ୍ୟବର ବିଚାରପତି ରାଜେଶ ଦାଶ, ଆଜି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠାର ନିର୍ମାଣ କାର୍ଯ୍ୟ ବିଦ୍ୟାଳୟ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଟଙ୍କା ହେରଫେର ମାମଲାର ବିଚାର କରି ମାମଲାର ସାଖି ଓ ପ୍ରମାଣ ଆଧାରରେ, ଅଭିଯୁକ୍ତl, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଶିକ୍ଷୟିତ୍ରୀ,
ଶ୍ରୀମତୀ ପ୍ରଭାତୀ କୁମାରୀ ଦେବୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୪ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ତାଙ୍କ ଆଉ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି. ଭି ରାମଦସ ପରିଚାଳନା କରିଥିଲେ।
ସୂଚନା ଅନୁସାରେ ବାଲିଗୁଡା ର ସୀତାପଡ଼ିରେ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ୨ ଲକ୍ଷ ୬୬ ହଜାର ୩୫୦ ଟଙ୍କା ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବାଲିଗୁଡ଼ା ବ୍ଲକର ଶ୍ରୀମତୀ ପ୍ରଭାତୀ କୁମାରୀ ଦେବୀ ଓ ଏଫଆଇଆର ଆଧାରରେ ଏବଂ ସୀତାପଡ଼ି ଏନୟୁପିଏସର ସଭାପତି ଗୁମାନସିଂ ମଲ୍ଲିକଙ୍କ ବିରୁଦ୍ଧରେ ମାମଲା ଆରମ୍ଭ ହୋଇଥିଲା। କିନ୍ତୁ ତଦନ୍ତ ସମାପ୍ତ ହେବା ପରେ ତଦନ୍ତକାରୀ ଅଧିକାରୀ କେବଳ ବାଲିଗୁଡ଼ା ବ୍ଲକର ଅଭିଯୁକ୍ତ ଶ୍ରୀମତୀ ପ୍ରଭାତୀ କୁମାରୀ ଦେବୀ, ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦିକା , ଏସଇସି ସୀତାପଡ଼ି ପିୟୁପିଏସଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ