ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ
ଜୟପୁର , 22 ନଭେମ୍ବର (ହି.ସ.)ବିକ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କୁଳପତୀ ପ୍ରଫେସର ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳସଚିବ ମହେଶ୍ବର ନାୟକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ.ପ୍ରଶାନ୍ତ କୁମାର ପାତ
ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ


ଜୟପୁର , 22 ନଭେମ୍ବର (ହି.ସ.)ବିକ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କୁଳପତୀ ପ୍ରଫେସର ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳସଚିବ ମହେଶ୍ବର ନାୟକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ.ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ଗବେଷକ ତଥା ବିଶିଷ୍ଟ ଆଲୋଚକ ଡ. ବିଜୟ କୁମାର ମିଶ୍ର ଯୋଗଦେଇ ଓଡିଶା ସ୍ବାଧିନତା ସ˚ଗ୍ରାମର ବହୁ ଅନାଲୋଚିତ ଅଧ୍ୟାୟ ସ˚ପର୍କରେ ଆଲୋକପାତ କରିବା ସହ ଲକ୍ଷ୍ମଣ ନାୟକଙ୍କ ଭୁମିକା ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବେ ବିଶିଷ୍ଟ ଆଦିବାସୀ ସ˚ସ୍କୃତି ଗବେଷକ ଡ. ରାଜେନ୍ଦ୍ର ପାଢୀ ଓଡିଶାର ସ୍ବାଧୀନତା ସ˚ଗ୍ରାମର ଲକ୍ଷ୍ମଣ ନାୟକଙ୍କ ଭୁମିକା ଉପରେ ଆଲୋକପତ କରିଥିଲେ। ଏହି ଅବସରରେ ବିଜୟ ମିଶ୍ରଙ୍କ ଦ୍ବାରା ଲିଖିତ କୋରାପୁଟ ଜିଲ୍ଲାର ଅବଦାନ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଶେଷରେ ଡ. ଅରୁଣ କୁମାର ରାଜ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande