
ମାଲକାନଗିରି, ୨୨ ନଭେମ୍ବର (ହି.ସ.)-ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଲିଗୁଡା ଓ ରେନସୁଭାଟା ଗାଁ ମହିଳା ମାନେ ଧର୍ମାନ୍ତରୀକରଣ ଓ ଏହାର କାର୍ପଟଦାର ମାନଙ୍କ ବିରୋଧରେ ଏକଜୁଟ ହେବାସହ ଲିଖିତ ଆକାରରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଆଜି ଏତଲା ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ୧୬ ତାରିଖରେ ନାଲିଗୁଡା ଠାରେ ନିର୍ମିତ ଚର୍ଚ୍ଚକୁ କିଛି ଦୁର୍ବୃତ ଭାଙ୍ଗି ଦେଇଥିବା ଅଭିଯୋଗ ଖ୍ରିଷ୍ଟିଆନ ସମାଜ ପକ୍ଷରୁ ଦିଆଯାଇଥିଲା ଯାହାକୁ ସେହି ଗ୍ରାମର ଲୋକ ଓ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ କହିଥିଲେ ଯେ, ଯେଉଁମାନଙ୍କ ନାମରେ ଅଭିଯୋଗ କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ପ୍ରରୋଚନା ଓ ପରିକଳ୍ପିତ । ଏଭଳି ମିଥ୍ୟା ଅଭିଯୋଗ ଦେଇ ସେମାନେ ଆମ ମନୋବଳକୁ ଦୁର୍ବଳ କରିବାକୁ ପ୍ରୟାସ କରିବା ସହ ଏହି ଅଞ୍ଚଳରେ କିଛି ପ୍ରଲୋଭନ ଓ କିଛି ଚକ୍ରାନ୍ତକାରୀଙ୍କ ଦ୍ଵାରା ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ମିଥ୍ୟା ମନ୍ତବ୍ୟ ଦେଇ ଧର୍ମାନ୍ତରୀକରଣ କାୟାକୁ ଆହୁରି ସୁଦୃଢ଼ ଓ ପ୍ରସାରିତ କରିବା ମୁଖ୍ୟ ହୀନ ଉଦ୍ଦେଶ୍ୟ । ଆଜି ଏକ ବିବାଦୀୟ ଘଟଣାକ୍ରମେ ଉକ୍ତ ଅଞ୍ଚଳର ଚର୍ଚ୍ଚକୁ, କୁଡୁମୁଲୁଗୁମ୍ମାର ଜଣେ ପାଷ୍ଟର ଏସ୍.ଆମୋସଙ୍କ ନେତୃତ୍ବରେ ୫ ଜଣ ଖ୍ରିଷ୍ଟ ସମାଜର ବ୍ୟକ୍ତି ବିଶେଷ ଯାଇ ଭଙ୍ଗା ଘରର ତାଲା ଖୋଲି ପ୍ରବେଶ କରିଥିଲେ, କିନ୍ତୁ ସେହି ସମୟରେ ରେନସୁଭଟା ର କିଛି ଆଦିବାସୀ ମହିଳା ସେହି ବାଟ ଦେଇ କୁଡୁମୁଲୁଗୁମ୍ମା ଆସୁଥିବା ବେଳେ ଘଟଣାକୁ ଦେଖିଥିଲେ l ବିନା ପ୍ରଶାସନ ଅନୁମତିରେ ସେହି ବିବାଦୀୟ ଭଙ୍ଗା ଚର୍ଚ୍ଚକୁ କାହିଁକି ପ୍ରବେଶ କଲେ ବୋଲି ପଚାରିଥିଲେ, ଏତିକି ଶୁଣି ପାଷ୍ଟର ଚିହିଁକି ଉଠିବା ସହ କହିଥିଲେ ଯେ, ଉକ୍ତ ଘରକୁ ଆମେ ନୂତନ ଭାବେ ସ୍ଲାବ କରିବୁ ଓ ଏଥିରେ ତୁମର କିଛି ଆବଶ୍ୟକତା ନାହିଁ କହିବା ସହ ନାନା ଅଶ୍ଲିଳ ଭାଷାରେ ସେମାନଙ୍କ ଜାତି ଓ ଖାସକରି ହିନ୍ଦୁ ଧର୍ମକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ଏନେଇ ଉକ୍ତ ମହିଳାମାନେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏକ ପାଲଟା ଏତଲା ଦେବା ସହ କହିଛନ୍ତି ଯେ, କିଛି ଲୋକ ବ୍ୟକ୍ତିଗତ ସ୍ୱାର୍ଥ ଓ ମନ୍ଦ ଉଦ୍ଦେଶ୍ୟ ରଖି ଟଙ୍କା ପାଇବା ଆଶାରେ ନିରିହ ଆଦିବାସୀ ମାନଙ୍କୁ ତାଙ୍କ ମୂଳ ଧର୍ମରୁ ବିଚ୍ୟୁତ କରି ଖ୍ରିଷ୍ଟିଆନ ଧର୍ମରେ ସାମିଲ କରିବା ପାଇଁ ଅନବରତ ଚକ୍ରାନ୍ତ ଚଳାଇଛନ୍ତି l ଯାହା ଫଳରେ ସରଳ ଆଦିବାସୀ ମାନେ ସେମାନଙ୍କ ଚାଲରେ ଫସି ଯାଉଛନ୍ତି । ସେମାନଙ୍କ ଦାବି ଯେ, ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଟଙ୍କାର ଉତ୍ସ କ'ଣ ଓ କେଉଁ କେଉଁ ସଂସ୍ଥାଏ ବାବଦରେ ଚର୍ଚ୍ଚ ନିର୍ମାଣ ପାଇଁ ଅର୍ଥ ବରାଦ କରିଛନ୍ତି, ତାହାର ଟିକିନିଖି ତଦନ୍ତ ସହ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଓ ପ୍ରଶାସନକୁ ଅନୁରୋଧ କରିଛନ୍ତିି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ