ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ନାଁରେ ଠିକାସଂସ୍ଥାର ମନମାନୀ, ଥାନା ଓ ପଂଚାୟତରେ ଅଭିଯୋଗ କଲେ ଗ୍ରାମବାସୀ
କୋରେଇ, ୨୨ ନଭେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର କ୍ଷୀରୋ ଗ୍ରାମରେ ଥିବା ବୈତରଣୀ ନଦୀ କୂଳରୁ ପାଣି ଉଠାଇବା ପାଇଁ କଳ୍ପତରୁ ପ୍ରାଇଭେଟ ଲିମିଟେଡ କାର୍ଯ୍ୟ କରୁଛି । ହେଲେ ଠିକାଦାରଙ୍କ ମନମାନୀ ଯୋଗୁ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେବା ପରେ ଥାନା ଓ ପଂଚାୟ
ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ନାଁରେ ଠିକାସଂସ୍ଥାର ମନମାନୀ, ଥାନା ଓ ପଂଚାୟତରେ ଅଭିଯୋଗ କଲେ ଗ୍ରାମବାସୀ


କୋରେଇ, ୨୨ ନଭେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର କ୍ଷୀରୋ ଗ୍ରାମରେ ଥିବା ବୈତରଣୀ ନଦୀ କୂଳରୁ ପାଣି ଉଠାଇବା ପାଇଁ କଳ୍ପତରୁ ପ୍ରାଇଭେଟ ଲିମିଟେଡ କାର୍ଯ୍ୟ କରୁଛି । ହେଲେ ଠିକାଦାରଙ୍କ ମନମାନୀ ଯୋଗୁ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେବା ପରେ ଥାନା ଓ ପଂଚାୟତରେ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଉକ୍ତ ଠିକାସଂସ୍ଥା ଖେଳ ପଡିଆରେ ପ୍ରାୟ ତିନି ହଜାର ଟ୍ରିପ ମାଟି ଗଚ୍ଛିତ କରିଛି । ମନ୍ଦିର ପରିସର ଓ ରାସ୍ତା କଡରେ ନିଜର ଷ୍ଟକୟାର୍ଡ କରିଛି । ଅନେକ ବୃକ୍ଷ କାଟିଦେବା ସହ ବିଦ୍ୟୁତ ଖୁଂଟ ଭାଂଗୁଛି । ଶିବ ମନ୍ଦିରରୁ ବାରିକ ବିଲ ରାସ୍ତାଟିକୁ ବନ୍ଦ କରି ପାଇପ ଗଚ୍ଛିତ କରିଛି । ଗ୍ରାମରାସ୍ତା ଓ ଗଡାଣୀକୁ ନଷ୍ଟ କରିଛି । ଏହାକୁ ନେଇ ଗ୍ରାମବାସୀ ବିରୋଧ କରିବା ପରେ ଉଭୟ ଠିକାସଂସ୍ଥା ଓ ଗ୍ରାମବାସୀଙ୍କ ମଧ୍ୟରେ ନଷ୍ଟ ହୋଇଥବା ସମସ୍ତ କାର୍ଯ୍ୟର ପୁନଃ ଉଦ୍ଧାର କରିବାକୁ ଠିକାସଂସ୍ଥା ପ୍ରତିଶୃତି ଦେଇଥିଲା । ମାତ୍ର ଠିକାସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟ କରାନଯାଇ ଦିନ ଗଡାଇ ଚାଲିଛି । ଏ ଦିଗରେ ସମ୍ପୃକ ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସମସ୍ତ କାର୍ଯ୍ୟକୁ କମ୍ପାନୀ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଘଟଣା ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande