ଜଜାଙ୍ଗ ପଡିଆରେ ସାଂସଦ କ୍ରୀଡା ମହୋତ୍ସବ
କେନ୍ଦ୍ରାପଡା, 22 ନଭେମ୍ବର (ହି.ସ.) ପିଏମଶ୍ରୀ କପାଲେଶ୍ୱର୍ ପଞ୍ଚାୟତ ଅଧୀନ ରେ ଥିବା ବିଦ୍ୟାଳୟର ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟନ ହେଇଯାଇଛି କ୍ଷ ଏହି କାର‌୍ୟ୍ୟକ୍ରମ ରେ କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ , କେନ୍ଦ୍ରାପଡ଼ା ବିଧାନ ସଭା ନେତ୍ରୀ ଗୀତାଞ୍ଜଳି ସେଠୀ,ଜୋନ ୮ ର ମଣ
ଜଜାଙ୍ଗ ପଡିଆରେ ସାଂସଦ କ୍ରୀଡା ମହୋତ୍ସବ


କେନ୍ଦ୍ରାପଡା, 22 ନଭେମ୍ବର (ହି.ସ.) ପିଏମଶ୍ରୀ କପାଲେଶ୍ୱର୍ ପଞ୍ଚାୟତ ଅଧୀନ ରେ ଥିବା ବିଦ୍ୟାଳୟର ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟନ ହେଇଯାଇଛି କ୍ଷ ଏହି କାର‌୍ୟ୍ୟକ୍ରମ ରେ କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ , କେନ୍ଦ୍ରାପଡ଼ା ବିଧାନ ସଭା ନେତ୍ରୀ ଗୀତାଞ୍ଜଳି ସେଠୀ,ଜୋନ ୮ ର ମଣ୍ଡଳ ସଭାପତି ବାସୁଦେବ ତ୍ରିପାଠୀ,ଗଗନ ସାହୁ ,କପକେଶ୍ୱର୍ ସରପଞ୍ଚ ଙ୍କ ଉପସ୍ଥିତି ଓ ବିଦ୍ୟାଳୟର ଶିକ୍ଷକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବକୁ ଉଦଘାଟନ କରିଥିଲେ କ୍ଷ ଦୁଇଦିନ ଧରି ଚାଲିବାକୁ ଥିବା ଏଇ କ୍ରୀଡାରେ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିବାକୁ ପଞ୍ଚାୟତରୁ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ କ୍ଷ ଆମ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ମାନ୍ୟବର ସାଂସଦଙ୍କ ଅଧୀନରେ ହେଉଥିବା ସାଂସଦ ଖେଳର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ କିପରି ଭାରତର ଯୁବଶକ୍ତିକୁ ସୁସ୍ଥ ଓ ଫିଟ କରିପାରିବ ଓ ସୁସ୍ଥ ଶରୀର କିପରି ବିକଶିତ ଭାରତ ଗଠନରେ ସହାୟକ ହେବ ତାହା ଅତିଥିମାନେ ପିଲାମାନଙ୍କୁ ଦିଗଦର୍ଶନ ଦେଇଥିଲେ କ୍ଷ ପ୍ରତିଯୋଗିତା ମନୋଭାବ ନନେଇ ବା ଜିତିବାର ଆଶା ନରଖି ଖେଳ କିପରି ନିଜ ଶରୀରକୁ ନିରୋଗ ରଖିବାରେ ସହାୟକ ହେବ ସେମିତି ବିଷୟରେ ମତ ଦେଇଥିଲେ କ୍ଷ ଦୁଇଦିନ ଧରି ଚାଲିବାକୁ ଥିବା କ୍ରୀଡା ମହୋତ୍ସବରେ କବାଡି, ଭଲିବଲ,୧୦୦ମିଟର ରେସ,୪୦୦ମିଟର ରେସ,ଲଙ୍ଗ ଜମ୍ପ,ହାଇ ଜମ୍ପ,ରିଲେ ରେସ, ସଟ ଦ ଫୁଟ ଖେଳରେ ପିଲାମାନେ ତାଙ୍କ କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଥିଲେ କ୍ଷ ଖେଳ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା କ୍ଷ ଜୋନରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରୀରିକ ଶିକ୍ଷକମାନେ ଖେଳକୁ ପରିଚାଳନା କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ସହଯୋଗ କରିଥିଲେ କ୍ଷ ଏହି କାର‌୍ୟ୍ୟକ୍ରମ ରେ ଅଂଶୁମାନ ଦାସ, ପ୍ରଭାତ ସ୍ୱାଇଁ, ମନୋରଞ୍ଜନ ସାମଲ,ଶୁ ଭେନ୍ଦୁ ଜେନା, ପୁରୁଷୋତ୍ତମ ଦାସ, କୁମାର ସତ୍ୟଜିତ,ନିରଞ୍ଜନ ବାରିକ,ଜଗବନ୍ଧୁ ପ୍ରଧାନ, ଆଦିତ୍ୟ ଲେଙ୍କା, ନଳିନୀକାନ୍ତ ଜେନା ସ୍ବରାଜ ମଲ୍ଲିକ, ରବୀନ୍ଦ୍ର ବାରିକ,ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande