
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତିର ଗୌରବ
ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ ଅର୍ପଣ କରୁଛି। ଦେଶ ପାଇଁ ତାଙ୍କର
ଅସୀମ ତ୍ୟାଗ, ସାହସ ଏବଂ ବଳିଦାନ ସର୍ବଦା
ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ବିଶେଷ କରି ଜନଜାତି ଅଞ୍ଚଳରେ ସ୍ୱାଧୀନତା
ସଂଗ୍ରାମକୁ ଏକ ନୂଆ ଦିଗ ଦେବାରେ ତାଙ୍କର ଅବଦାନ ଅତୁଳନୀୟ। ମାଟି ଓ ମାତୃଭୂମି ପାଇଁ ସର୍ବସ୍ୱ
ତ୍ୟାଗ କରିଥିବା ଏହି ବୀର ସନ୍ତାନଙ୍କ ଆଦର୍ଶ ଓ ସ୍ମୃତି ଆମକୁ ସର୍ବଦା ମାର୍ଗଦର୍ଶନ କରୁଥାଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା