ରାଜଯୋଗିନୀ କମଳେଶ ଦିଦିଜୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ରାଜଯୋଗିନୀ କମଳେଶ ଦିଦିଜୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବ୍ରହ୍ମାକୁମାରୀ ପରିବାରର ବରିଷ୍ଠ ସଦସ୍ୟା ତଥା ରାଜଯୋଗିନୀ କ
ରାଜଯୋଗିନୀ କମଳେଶ ଦିଦିଜୀଙ୍କ ଦେହାନ୍ତରେ     ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ରାଜଯୋଗିନୀ କମଳେଶ ଦିଦିଜୀଙ୍କ ଦେହାନ୍ତରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବ୍ରହ୍ମାକୁମାରୀ ପରିବାରର ବରିଷ୍ଠ ସଦସ୍ୟା ତଥା ରାଜଯୋଗିନୀ

କମଳେଶ ଦିଦିଜୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ଶାନ୍ତ ମାର୍ଗଦର୍ଶନ ଓ

ସକାରାତ୍ମକ ଦୃଷ୍ଟିକୋଣ ସମାଜରେ ଶାନ୍ତି ଓ ସଦ୍ଭାବନା ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ

କରିଥିଲା । ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ସବୁଦିନ ପାଇଁ

ସ୍ମରଣ କରାଯିବ ।

ଏହି ଦୁଃଖଦ ସମୟରେ ମୁଁ ବ୍ରହ୍ମାକୁମାରୀ ପରିବାର ଏବଂ

ତାଙ୍କର ଅନୁଗାମୀମାନଙ୍କ ପ୍ରତି ମୋର ସମବେଦନା ଜଣାଉଛି । ତାଙ୍କ ଦିବ୍ୟ ଆତ୍ମାକୁ ସଦଗତି ମିଳୁ ବୋଲି

କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande