ମନ୍ଦିର ଚୋରୀ ଘଟଣାରେ ଥାନାରେ ଦୁଇ ଅଟକ, ଚୋରୀ ସାମଗ୍ରୀ ଜବତ
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଆକ୍ସନ ମୋଡରେ ଧର୍ମଶାଳା ପୁଲିସ ଗତ କିଛି ମାସ ହେବ ଧର୍ମଶାଳା ଥାନା ଅଧିନରେ ବିଭିନ୍ନ ସ୍ଥାନରେ ଚୋରୀ ବୃଦ୍ଧି ପାଉଥିବା ବେଳେ ଚୋରିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଅବହେଳା ପ୍ରଦର୍ଶନ କରୁଥିଲା । ତେବେ ଗତ ଦୁଇ ଦିନ ହେଲା ଥାନା ଅଧିକା
ମନ୍ଦିର ଚୋରୀ ଘଟଣାରେ ଥାନାରେ ଦୁଇ ଅଟକ, ଚୋରୀ ସାମଗ୍ରୀ ଜବତ


ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଆକ୍ସନ ମୋଡରେ ଧର୍ମଶାଳା ପୁଲିସ ଗତ କିଛି ମାସ ହେବ ଧର୍ମଶାଳା ଥାନା ଅଧିନରେ ବିଭିନ୍ନ ସ୍ଥାନରେ ଚୋରୀ ବୃଦ୍ଧି ପାଉଥିବା ବେଳେ ଚୋରିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଅବହେଳା ପ୍ରଦର୍ଶନ କରୁଥିଲା । ତେବେ ଗତ ଦୁଇ ଦିନ ହେଲା ଥାନା ଅଧିକାରୀଙ୍କ ଅନ୍ୟତ୍ର ବଦଳି ହେବା ପରେ ଧର୍ମଶାଳା ପୁଲିସ ଏବେ ଆକ୍ସନ ମୋଡକୁ ଆସିଯାଇଛି । ଜାରକା ଏବଂ ଏହାର ଆଖପାଖ ଅଂଚଳରେଥିବା ମନ୍ଦିରରୁ ଚୋରୀ ଘଟଣାରେ ପୁଲିସକୁ ବଡ ସଫଳତା ମିଳିଥିବା ଜଣାପଡିଛି । ମନ୍ଦିରରୁ ଚୋରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୁଲିସ ଧରି ଥାନାରେ ଅଟକ ରଖିଥିବା ବେଳେ ସେମାନଙ୍କ ନିକଟରୁ ଚୋରୀ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପର୍କ ରହିଥିବାରୁ ତଦନ୍ତ ଓ ଗିରଫଦାରିରେ ବ୍ୟାଘାତ ଘଟିବା ଆଶଙ୍କାରେ ଥାନାରେ ଅଟକ ଥିବା ୨ ଅଭିଯୁକ୍ତଙ୍କ ନାମ ପ୍ରକାଶ କରି ନାହିଁ । ମନ୍ଦିରରୁ ଚୋରୀ ପିତଳ ଜିନିଷ ଜବତ କରିବା ପରେ ଅଭିଯୁକ୍ତମାନେ ବିକ୍ରୟ କରିଥିବା ଜାରକାସ୍ଥିତ ଏକ ପିତଳ ଦୋକାନ ଉପରେ ଆଜି ପୁଲିସ ଚଢାଉ କରିଥିବା ନେଇ ଜଣାପଡିଛି । ଆସନ୍ତା କାଲି ଏସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଧର୍ମଶାଳା ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande