
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଗୋହିରାଟିକିରି ସ୍ଥିତ ପବିତ୍ର ମଠକୁ
ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଧାମନଗରର ଗୋହିରାଟିକିରି ସ୍ଥିତ ପବିତ୍ର ମଠକୁ ଦର୍ଶନ କରିବାର
ସୌଭାଗ୍ୟ ପ୍ରାପ୍ତ ହେଲା ।
ମଠ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ
ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖରେ
ସମସ୍ତଙ୍କ ମଙ୍ଗଳ ଓ କଲ୍ୟାଣ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା