
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଭଦ୍ରକ ଧାମନଗର ଦୋବଲ୍ ବସଷ୍ଟାଣ୍ଡରୁ
କାଳୀ ପଡିଆ ଯାଏ ଏକତା ପଦ ଯାତ୍ରା। ପଦଯାତ୍ରାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ, ରାଜ୍ୟ ଉଚ୍ଚ
ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ଭଦ୍ରକ ସାଂସଦ
ଅଭିମନ୍ୟୁ ସେଠୀ, ଭଦ୍ରକ୍ ବିଧାୟକ୍
ସିତାଂଶୁ ଶେଖର ମହାପାତ୍ର ସାମିଲ ହୋଇଛନ୍ତି ।
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ
ଜୟନ୍ତୀ ଅବସରରେ ଏକତା ପଦଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ
ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରା ପରେ ଦୋବଲ
କାଳୀପଡ଼ିଆରେ ଆୟୋଜିତ ସଧାରଣ ସଭାରେ ପହଞ୍ଚିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା