
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ଯୁବ ସଙ୍ଗଠକ ତଥା ଫୌଜ ଇଣ୍ଡିଆର ପ୍ରତିଷ୍ଠାତା ଚୋରମୁହାଁ ଗ୍ରାମର ଅଜିତ କୁମାର ଯେନା (୫୭)ଙ୍କ ଆଜି ଅକାଳ ବିୟୋଗ ଘଟିଛି । ସେ ୨୦୧୭ ମସିହାରୁ ପକ୍ଷଘାତ ରୋଗର ଶିକର ହୋଇ ଘରେ ରହିଥିଲେ । ଗତକାଲି ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ କଟକ ମେଡିକାଲରେ ଭର୍ତୀ କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆଜି ତାଙ୍କ ମରଶରୀର ଚୋରମୁହାଁସ୍ଥିତ ନିଜ ବାସଭବନକୁ ଆସିବା ପରେ ଏକ ଶୋକାକୁଳ ପରିବେଷ ଦେଖିବାକୁ ମିଳିଥିଲା । ସେ ଜଣେ ମିଷ୍ଟ ଭାଷୀ ପରୋପକାରୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣାଥିଲେ । ସେ ଜାରକା ଠାରେ ଫୌଜ ଇଣ୍ଡିଆ ନାମରେ ଏକ ସ୍ୱେଛାସେବୀ ସଙ୍ଗଠନ ଗଡି ଅନେକ ଯୁବକଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେଇଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଧର୍ମଶାଳା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ଆଜି ପୁର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ , ଚୋରମୁହାଁ ପଂଚାୟତ ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ, ବିଜେପି ନେତା କାହ୍ନୁ ଚରଣ ଦାଶ, ନାରାୟଣ ମଲିକ, ତନୁଜା ଶାସ, କଂଗ୍ରେସ ନେତା କିଶାନ ପଣ୍ଡା,କଂଗ୍ରେସ ମୁଖପାତ୍ର ମାନସ ରଞ୍ଜନ କର, ବିଜେପି ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଲୋକନାଥ ମହାନ୍ତି,ମଦନ ମୋହନ ନାୟାକ, କୃଷକ ନେତା ବସନ୍ତ ପରିଡା, ପ୍ରଫୁଲ୍ଲ କୁମାର ରାୟ, ସନ୍ତୋଷ ତରାଇ ,କାର୍ତୀକ ମଲିକ,ଗୟାଧର ମଲିକ, ଅନାମ ମଲିକ,ଆତ୍ରତ୍ରାଣ ମଲିକ, ଦୁଷ୍ମନ୍ତ ଯେନା, କେଶବ ମଲିକ,କାଳିଆ ପାଳ, କଳ୍ପତରୁ ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଯେନାଙ୍କ ମରଶରୀରକୁ ଏକ ଶୋଭା ଯାତ୍ରାରେ ନିଆଯାଇ ଧର୍ମଶାଳା , ଜାରକା ବଜାର ପରିକ୍ରମା କରାଯାଇ ଜାରକା ପଣ୍ଡୁଆସ୍ଥିତ ଫୌଜ ଇଣ୍ଡିଆ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରୁ ପୁରୀସ୍ଥିତ ସ୍ୱର୍ଗଦ୍ୱାର ନିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଏକ ମାତ୍ର ପୁଅ ମୁଖାଗ୍ନି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ