
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ପୁଅ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଆ
ଶେଫାଳୀ ସୁନା ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି । ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ ଆଗୁଆ ଜଣାଯାଉ
ନଥିଲା । ପ୍ରୋଗ୍ରାମ ବୁକ୍ କରିବା ଓ ଟଙ୍କା ଧାର୍ଯ୍ୟ କରିବା କାମ ପପୁ କରୁଥିଲା । ହ୍ୟୁମାନଙ୍କ
ବାବଦରେ ପପୁ ସବୁ ଜାଣିଥିଲା ।୧୦ ତାରିଖରେ ଅସୁସ୍ଥତା ଥାଇ ଭୁବନେଶ୍ବରରେ ପ୍ରୋଗ୍ରାମ
କରାଯାଇଥିଲା । ୧୧ ତାରିଖରେ ତାକୁ ହସ୍ପିଟାଲ୍ ନେଇ କିଛି ସମୟ ପରେ ଅଣାଯାଇଥିଲା । ୧୨
ତାରିଖରେ ୧୦୩ ଜ୍ବର ଥାଇ ବି ପ୍ରୋଗାମ ରଖାଯାଇଥିଲା । ଆଉ ସେହି ପପୁ ଆସି ତାକୁ ହସ୍ପିଟାଲ୍
ନେଇଥିଲା । ସେହିଦିନ ହିଁ ତାକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଏତେ ଅସୁସ୍ଥତା
ସତ୍ତ୍ବେ ମୋତେ କିଛି ବି ଅବଗତ କରାଯାଇ ନଥିଲା ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା