
ଜମ୍ମୁ, 22 ନଭେମ୍ବର (ହି.ସ.)- ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତର୍ଜାତୀୟ
ସୀମା ନିକଟରେ ଥିବା ଏକ ଗାଁର ଉପରେ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଛି।
ଅଧିକାରୀମାନେ ଶନିବାର କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତରାତିରେ
ପାକିସ୍ତାନରେ ଚକ ଭୁରା ପୋଷ୍ଟ ପାଖରୁ ଡ୍ରୋନ୍କୁ ଆସୁଥିବା ଦେଖାଯାଇଥିଲା। କିଛି ମିନିଟ୍
ପର୍ଯ୍ୟନ୍ତ ଏହା ଘଗୱାଲ୍ ଅଞ୍ଚଳର ରିଗଲ୍ ଗାଁର ଉପରେ ଘୁରୁଥିଲା ଏବଂ ପରେ ପୁଣି ସୀମାର ଅନ୍ୟ
ପାର୍ଶ୍ଵକୁ ଫେରିଯାଇଥିଲା। ଶନିବାର ସକାଳରେ ମଧ୍ୟ ସୁରକ୍ଷା ବଳମାନେ ଏହି ଅଞ୍ଚଳରେ ତଲାସୀ ଜାରି
ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା