
ନୂଆଦିଲ୍ଲୀ, 22 ନଭେମ୍ବର (ହି.ସ.)- ଶିକ୍ଷା
ମନ୍ତ୍ରାଳୟ ଆସନ୍ତା ୨ ଡିସେମ୍ବରରୁ କାଶୀ–ତାମିଲ୍ ସଙ୍ଗମମ୍ ୪.୦ (କେଟିଏସ୍ 4.0) ଆୟୋଜନ କରିବାକୁ ଯାଉଛି। ଵାରଣାସୀରେ
୧୫ ଡିସେମ୍ବର ପର୍ଯ୍ୟନ୍ତ ହେବାକୁଥିବା ଏହି ସଙ୍ଗମମ୍ରେ ତାମିଲନାଡୁରୁ 1,400ରୁ ଅଧିକ
ପ୍ରତିନିଧି ସାମିଲ ହେବେ।
ଶନିବାର ଜାରି ହୋଇଥିବା
ବିବୃତ୍ତିରେ ଶିକ୍ଷା ମନ୍ତ୍ରାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ
ଆରମ୍ଭ ହୋଇଥିବା ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ପ୍ରାଚୀନ
ସାଂସ୍କୃତିକ, ଭାଷାଗତ
ଓ ଜ୍ଞାନ ପରମ୍ପରାର ସମ୍ବନ୍ଧକୁ ଆହୁରି ମଜବୁତ କରିବା। ଏହି କାର୍ଯ୍ୟକ୍ରମର ସମନ୍ୱୟ ଆଇଆଇଟି
ମଦ୍ରାସ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କରୁଛନ୍ତି, ଯେଉଁଥିରେ କେତେକ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ଉତ୍ତର ପ୍ରଦେଶ ସରକାର
ସହଯୋଗ କରୁଛନ୍ତି।
୨୦୨୨ ମସିହାରେ ଆରମ୍ଭ
ହୋଇଥିବା ଏହି ସଙ୍ଗମମ୍ ଏପର୍ଯ୍ୟନ୍ତ ବ୍ୟାପକ ଜନସହଭାଗୀତା ସହ ଦୁଇଟି ପ୍ରାଚୀନ ସଭ୍ୟତାର
ମଧ୍ୟରେ ଏକ ସୁଦୃଢ଼ ସାଂସ୍କୃତିକ ସେତୁ ତିଆରି କରିଛି। ଚତୁର୍ଥ ସଂସ୍କରଣର ପ୍ରମୁଖ ବିଷୟ “ଲର୍ଣ୍ଣ ତାମିଲ୍ – ତାମିଲ୍ କାର୍କଲମ୍” ରଖାଯାଇଛି। ଏହାର ଅଧୀନରେ ସାରା ଦେଶ ତାମିଲ୍ ଶିକ୍ଷାକୁ
ପ୍ରୋତ୍ସାହିତ କରିବା ଏବଂ ଭାରତର ଶାସ୍ତ୍ରୀୟ ଭାଷାଗତ ଐତିହ୍ୟକୁ ଲୋକପ୍ରିୟ କରିବା ଉପରେ ବିଶେଷ
ଜୋର ରହିବ।
ତାମିଲନାଡୁରୁ 1,400ରୁ ଅଧିକ ପ୍ରତିନିଧି ଆଠ ଦିନିଆ ଅନୁଭବମୂଳକ ଯାତ୍ରାରେ ଆସିବେ।
ଏଥିରେ ଛାତ୍ର, ଶିକ୍ଷକ, ମିଡିଆ ପେଶାଦାର, କୃଷି ଏବଂ ସମ୍ବନ୍ଧିତ କ୍ଷେତ୍ରର ଲୋକ, କାରିଗର, ମହିଳାମାନେ ଏବଂ ଆଧ୍ୟାତ୍ମିକ ବିଦ୍ୱାନମାନେ ଅନ୍ତର୍ଭୁକ୍ତ ହେବେ।
ସେମାନେ ଵାରାଣସୀ, ପ୍ରୟାଗରାଜ
ଏବଂ ଅଯୋଧ୍ୟାର ଭ୍ରମଣ କରି ସାଂସ୍କୃତିକ, ସାହିତ୍ୟିକ ଏବଂ ଶିକ୍ଷାସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଭାଗ ନେବେ।
ପ୍ରତିନିଧିମାନଙ୍କୁ
କାଶୀରେ ଅବସ୍ଥିତ ତାମିଲ୍ ଐତିହ୍ୟସ୍ଥଳୀର ମଧ୍ୟ ଭ୍ରମଣ କରାଯିବ, ଯେଉଁଥିରେ ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କ ପୈତୃକ ଘର, କେଦାର ଘାଟ, “ଲିଟିଲ୍ ତାମିଲନାଡୁ” ଅଞ୍ଚଳର କାଶୀ ମଠ, କାଶୀ ବିଶ୍ୱନାଥ ମନ୍ଦିର ଏବଂ ମା ଅନ୍ନପୂର୍ଣା ମନ୍ଦିର ପ୍ରମୁଖ ଅଟେ।
ଏଥିସହିତ ବିଏଚୟୁର ତାମିଲ୍ ବିଭାଗରେ ସାହିତ୍ୟିକ ଏବଂ ଶିକ୍ଷାସମ୍ବନ୍ଧୀୟ ସଂଳାପ ମଧ୍ୟ ଆୟୋଜିତ
ହେବ।
କେଟିଏସ୍ 4.0 ଅଧୀନ ମୁଖ୍ୟ ପଦକ୍ଷେପ ମଧ୍ୟରେ “ ସନ୍ଥ ଅଗସ୍ତ୍ୟ ବାହନ ଯାତ୍ରା ” ଗୁରୁତ୍ୱପୂର୍ଣ୍ଣ ଏହି ଯାତ୍ରା 2 ଡିସେମ୍ବରରେ ତେନକାସୀରୁ ଆରମ୍ଭ ହୋଇ 10 ଡିସେମ୍ବରରେ କାଶୀରେ ସମାପ୍ତ ହେବ। ଏହା ତାମିଲନାଡୁ ଓ କାଶୀଙ୍କ
ମଧ୍ୟରେ ଥିବା ପ୍ରାଚୀନ ସାଂସ୍କୃତିକ ମାର୍ଗକୁ ପୁନଃ ସ୍ମରଣ କରାଇବ। ଏହି ଯାତ୍ରା ପାଣ୍ଡ୍ୟ
ଶାସକ ଅଦି ବୀର ପରାକ୍ରମ ପାଣ୍ଡିଆନଙ୍କ ଏକତା ଯାତ୍ରାକୁ ସମର୍ପିତ, ଯିଏ ତେନକାସୀରେ ଶିବ ମନ୍ଦିର ନିର୍ମାଣ କରି ଦକ୍ଷିଣ କାଶୀର ଧାରଣାକୁ
ଆକାର ଦେଇଥିଲେ।
ଏହା ଛଡ଼ା, ବାରାଣସୀର ବିଦ୍ୟାଳୟମାନଙ୍କରେ “ତାମିଲ୍ କାର୍କଲମ୍” ଅଭିଯାନ ଅଧୀନ — 50 ଜଣ ତାମିଲ୍ ଶିକ୍ଷକ କାଶୀର ସ୍କୁଲମାନଙ୍କରେ ତାମିଲ୍ ଭାଷା
ପଢ଼ାଇବେ।
ଉତ୍ତର ପ୍ରଦେଶର
ଛାତ୍ରମାନଙ୍କ ପାଇଁ ତାମିଲନାଡୁ ଅଧ୍ୟୟନ ଭ୍ରମଣ — ମୋଟ 300 ଛାତ୍ରଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନ 15
ଦିନ ପାଇଁ ତାମିଲନାଡୁ ପଠାଯିବ। ସେଠାରେ ସେମାନଙ୍କୁ ତାମିଲ୍ ଭାଷା, ସଂସ୍କୃତି ଏବଂ ଐତିହ୍ୟ ସମ୍ପର୍କରେ ଅବଗତ କରାଯିବ।
ସମସ୍ତ ଶ୍ରେଣୀ ପାଇଁ
ପଞ୍ଜିକରଣ ପୋର୍ଟାଲ କାଶୀତାମିଲ.ଆଇଆଇଟିଏମ.ଏସ.ଇନରେ ଉପଲବ୍ଧ ଅଛି, ଯାହାର ଶେଷ ତାରିଖ ହେଉଛି 21 ନଭେମ୍ବର 2025 ସନ୍ଧ୍ୟା 8ଟା। ଚୟନ କ୍ୱିଜ୍ 23 ନଭେମ୍ବରରେ ଆୟୋଜିତ ହେବ। ତମିଲନାଡୁ ଅଧ୍ୟୟନ ଯାତ୍ରା ପାଇଁ ବିଶେଷ
ପଞ୍ଜିକରଣ ପୋର୍ଟାଲ କାଶୀତାମିଲ.ବିଏଚୟୁ.ଏଜୁ.ଇନଉପଲବ୍ଧ ଅଛି।
କାଶୀ ତାମିଲ୍ ସଙ୍ଗମମ୍ 4.0
ସାଂସ୍କୃତିକ ଆଦାନ-ପ୍ରଦାନ ଏବଂ ଜାତୀୟ ଏକତାକୁ ମଜବୁତ କରିବାରେ
ଗୁରୁତ୍ୱପୂର୍ଣ୍ଣ ପ୍ରୟାସ, ଯାହା ଭାରତର ସଭ୍ୟତାଗତ ଅବିରତତା ଏବଂ ବିବିଧତାରେ ଏକତାର ବାର୍ତ୍ତାକୁ ଆହୁରି ସୁଦୃଢ଼
କରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା