
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜଣେ ୧୫ବର୍ଷୀୟ ଆଦିବାସୀ ନାବାଳିକା ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଅଂଚଳ ର ଜୈନିକ ଆଦିବାସୀ ମହିଳା ସାଙ୍ଗରେ ନିଜ ନାବାଳିକା ଝିଅକୁ ଧରି ବ୍ରହ୍ମବରଦା ଥାନା ଅଂଚଳରେ ୫ମାସ ହେବ ରହୁଛନ୍ତି ଏବଂ ମହିଳା ଜଣଙ୍କ ନିକଟସ୍ଥ ଏକ ଇଟା କାରଖାନାରେ କାର୍ଯ୍ୟ କରୁଛନ୍ତି । ଉକ୍ତ ମହିଳା ଙ୍କ ନାବାଳିକା ଝିଅର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କ ପରିଚିତ ଲୋକଙ୍କ ସହଯୋଗରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ନାବାଳିକାର ଏକ ସନ୍ତାନ ଜନ୍ମ ଦେଇଥିବା ଜଣପଡିଛି । ଶିଶୁ ଜନ୍ମ ହେବା ପରେ ନାବଳିକର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଉଭୟ ମା ଏବଂ ନବଜତ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଏସମ୍ପର୍କରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଧର୍ମଶାଳା ପୁଲିସକୁ ଜଣାଯିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ