
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ଜନଜାତି ଜନନାୟକ ଶହୀଦ ଲକ୍ଷ୍ମଣ ନାଏକଙ୍କ
ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ,
ଜନଜାତି ଜନନାୟକ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀରେ ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶର କଲ୍ଯାଣ ପାଇଁ ଜଣେ ନିର୍ଭୀକ ସଂଗ୍ରାମୀ ଭାବେ ତାଙ୍କର ଅବଦାନ
ସର୍ବଦା ବନ୍ଦନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା