ରାଜଯୋଗିନୀ କମଳେଶ ଦିଦିଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ
ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ରାଜଯୋଗିନୀ କମଳେଶ ଦିଦିଙ୍କ ପରଲୋକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ଶୋକବାର୍ତାରେ ନବୀନ ଲେଖିଛନ୍ତି ରାଜଯୋଗିନୀ କମଳେଶ ଦିଦିଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ସମାଜରେ ସକାରାତ୍ମକତାର ପ୍ରସାର ସହ ଲୋକଙ୍କ ମା
ରାଜଯୋଗିନୀ କମଳେଶ ଦିଦିଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ


ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ରାଜଯୋଗିନୀ କମଳେଶ ଦିଦିଙ୍କ ପରଲୋକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ୍ସରେ ଏକ ଶୋକବାର୍ତାରେ ନବୀନ ଲେଖିଛନ୍ତି ରାଜଯୋଗିନୀ କମଳେଶ ଦିଦିଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ସମାଜରେ ସକାରାତ୍ମକତାର ପ୍ରସାର ସହ ଲୋକଙ୍କ ମାର୍ଗଦର୍ଶନ କରି ଜୀବନରେ ଶାନ୍ତି ଓ ସଦ୍ଭାବନା ବିସ୍ତାର କରିବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ବ୍ରହ୍ମାକୁମାରୀ ପରିବାର ଏବଂ ଅନୁଗାମୀମାନଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande