କୃଷ ଉଦ୍ୟାନ ନିର୍ଦ୍ଦେଶକଙ୍କ ଆଳୁ କ୍ଷେତ ପରିଦର୍ଶନ
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଆଳୁ ଫସଲ ପ୍ରତି ଚାଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଜି କୃଷି ଉଦ୍ୟାନ ବିଭାଗର ନିର୍ଦ୍ଦେଶକ କ୍ଷେତ୍ର ପରିଦର୍ଶନ କରି ସରକାରୀ ଅଳୁ ବିହନ ବ୍ୟବହାର କରିବାକୁ ଚଷୀମାନଙ୍କୁ ପରମର୍ଶ ଦେଇଛନ୍ତି । ଧର୍ମଶାଳା ବ୍ଲକର ଚୋରମୁହାଁ,ଭବା
କୃଷ ଉଦ୍ୟାନ ନିର୍ଦ୍ଦେଶକଙ୍କ ଆଳୁ କ୍ଷେତ ପରିଦର୍ଶନ


ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଆଳୁ ଫସଲ ପ୍ରତି ଚାଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଜି କୃଷି ଉଦ୍ୟାନ ବିଭାଗର ନିର୍ଦ୍ଦେଶକ କ୍ଷେତ୍ର ପରିଦର୍ଶନ କରି ସରକାରୀ ଅଳୁ ବିହନ ବ୍ୟବହାର କରିବାକୁ ଚଷୀମାନଙ୍କୁ ପରମର୍ଶ ଦେଇଛନ୍ତି । ଧର୍ମଶାଳା ବ୍ଲକର ଚୋରମୁହାଁ,ଭବାନିପୁର ,ଜାରକା, ଚହଟା, ଗଙ୍ଗାଧରପୁର, ଦେଓଦା,କାଏମା, ଉତରପ୍ରତାପ, ଅଭୟପୁର, ପାଟପୁର,ମିର୍ଜାପୁର,ମର୍ଯ୍ୟଦାପୁର, ରେଖିଦେଇପୁର, , ମଧୁସୁଧନପୁର, ଜେନାପୁର, କବାଟବନ୍ଧ,ବୃନ୍ଦାଦେଇପୁର ଆଦି ପଂଚାୟତ ଗୁଡିକରେ ଚଳିତ ବର୍ଷ ୧୫୦ ହେକ୍ଟର ଜମିରେ ଆଳୁ ଉତ୍ପାଦନ ପାଇଁ ଧର୍ମଶାଳା କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସୂଚନା ଅନୁଯାୟୀ ସରକାରଙ୍କ ତରଫରୁ ଚାଷୀ ମାନଙ୍କ ପାଇଁ ଆଳୁ ବିହନ କିଲୋ ପ୍ରତି ୨୦ ଟଙ୍କାରେ ମୂଲ୍ୟରେ କ୍ରୟ କରିପାରିବେ,ପରେ ସବସିଡି ବାବଦକୁ ଚାଷୀ ମାନଙ୍କ ବ୍ୟାଙ୍କ୍ ଖାତାକୁ କିଲୋ ପ୍ରତି ୧୦ ଟଙ୍କା ଫେରିଆସିବା ଜଣେ ଚାଷୀ ୧ ହେକ୍ଟର ପାଇଁ ସର୍ବନିମ୍ନ ଦେଢ଼ କୁଇଁଟାଲ୍ ଓ ସର୍ବୋଚ୍ଚ ତିନି କୁଇଇଟାଲ ବିହନ କିଣିଲେ ୫୦ ପ୍ରତିଶତ ସବସିଡି ପାଇବେ,ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ଓମାନ୍‌, ସହକାରୀ କୃଷି ନିର୍ଦ୍ଦେଶକ ରାଧେଶ୍ୟାମ ବେହେରା,ସହକାରୀ କୃଷି ଅଧିକାରୀ ଶୁଭଶ୍ରୀ ଶୁଭ ଦର୍ଶନୀ, ସମ୍ପ୍ରସାରଣ କର୍ମଚାରୀ ସୌମ୍ୟରଞ୍ଜନ କର, ନାରଦ କୁମାର ହେମ୍ବ୍ରସ ପ୍ରମୁଖ ବିଭିନ୍ନ ସ୍ଥାନକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀମାନଙ୍କୁ ସରକାରୀ ନିୟମ ସମ୍ପର୍କରେ ଅବଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande