ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ପାଇଁ ଖୁବଶୀଘ୍ର ଆସିବ ଏସଓପି
ଭୁବନେଶ୍ୱର, 22 ନଭେମ୍ବର (ହି.ସ.) - ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ପାଇଁ ଖୁବଶୀଘ୍ର ଆସିବ ଏସଓପି | ଏସଓପି ଆଧାରରେ ଗଣତି ମଣତି ପ୍ରକ୍ରିୟା କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଚନ୍ତି | ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ଏସ ଓ ପି ପ୍ରସ୍ତୁତ
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ପାଇଁ     ଖୁବଶୀଘ୍ର ଆସିବ ଏସଓପି


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)

- ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି

ପାଇଁ ଖୁବଶୀଘ୍ର ଆସିବ ଏସଓପି | ଏସଓପି ଆଧାରରେ

ଗଣତି ମଣତି ପ୍ରକ୍ରିୟା କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଚନ୍ତି | ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ଏସ ଓ ପି ପ୍ରସ୍ତୁତ

କରି ରାଜ୍ୟ ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ପଠାଇବ | ଅନୁମୋଦନ ପରେ ଗଣତି

ମଣତି ପ୍ରକ୍ରିୟା ଆରାମ୍ଭ ହେବ | ଗଣତି ମଣତି ସମୟରେ

ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରିବୁ | ଗଣତି ମଣତି ପୂର୍ବରୁ ଅଳଙ୍କାରର ସ୍ଥିତିକୁ ଅନୁଧ୍ୟାନ

କରାଯିବ | ସମ୍ପୂର୍ଣ

ପ୍ରକ୍ରିୟା ଅଢେଇରୁ ତିନି ମାସ ସମୟ ଲାଗିବ | ଭିତର ରତ୍ନ

ଭଣ୍ଡାରରେ ଗଣତି ମଣତି କରାଯିବ | ପୂର୍ବ ଗଣତି

କରାଯାଇଥିବା 78 ମସିହାର ଗଣତି

ସହିତ ମେଳ କରାଯିବ | ଅଳଂକାରର ଡିଜିଟାଲ

ଫୋଟଗ୍ରାଫି କରାଯିବ | ଅଳଙ୍କାରର ସଂରକ୍ଷଣ

ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି |

ଏହାସହିତ ରୁପା ଇଟା ଏମାର ମଠର ସମ୍ପତ୍ତି | ସିଧ ମଠ ଜଜମେଣ୍ଟ ଅନୁଯାଇ ମଠର ସମ୍ପତ୍ତି

ଜଗନ୍ନାଥଙ୍କର | ସେହି ଦୃଷ୍ଟିକୋଣରୁ

ଏମାର ମଠର ସମସ୍ତ ସ୍ବାଧୀକାର ସତ୍ତ୍ୱ ଶ୍ରୀ ଜଗନ୍ନାଥଙ୍କର ହେବା କଥା | ସେ ବାବଦରେ ଆଇନ ଗତ ପ୍ରକ୍ରିୟା ରହିଛି, ତାକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯିବ | ସମସ୍ତଙ୍କର ଇଛା ରହିଛି ରତ୍ନ ଭଣ୍ଡାରକୁ ରୁପା ଇଟାକୁ

ଅଣାଯାଉ ବୋଲି ମନ୍ତ୍ରୀ କହିଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande