ବାଲି ପାଇଁ ଲାଗୁ ହେବ ଏମଏସପିଲାଗୁ କରିବେ ସରକାର- ଖଣି ମନ୍ତ୍ରୀ
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ସାବାଡ ହେବେ ବାଲି ମାଫିଆ । ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି କରିପାରିବେନି ବିକ୍ରି । ବାଲି ପାଇଁ ଲାଗୁ ହେବ ଏମଏସପିଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧା
ବାଲି ପାଇଁ ଲାଗୁ ହେବ ଏମଏସପିଲାଗୁ କରିବେ ସରକାର- ଖଣି     ମନ୍ତ୍ରୀ


ଭୁବନେଶ୍ୱର, 22 ନଭେମ୍ବର (ହି.ସ.)-

ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ସାବାଡ ହେବେ ବାଲି ମାଫିଆ । ବେଆଇନ ଭାବେ ବାଲି

ଉତ୍ତୋଳନ କରି କେହି କରିପାରିବେନି ବିକ୍ରି । ବାଲି ପାଇଁ ଲାଗୁ ହେବ ଏମଏସପିଲାଗୁ କରିବେ ସରକାର । ଆଉ ମନ

ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ । ସରକାର ନିର୍ଦ୍ଧାରିତ କରିଥିବା ଏମଏସପିଦରରେ ହିଁ ବିକ୍ରି କରିବେ

ଲିଜ୍ ଧାରୀ । ଏମଏସପିରୁ ଅଧିକ ଦରରେ କେହି ବାଲି ବିକ୍ରି କରିପାରିବେନି । ସାରା ରାଜ୍ୟରେ

ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ବାଲି

ଖଣି ପାଇଁ ହେବନି ଇ-ନିଲାମୀ। ଇ-ଲଟେରୀମାଧ୍ୟମରେ ଦିଆଯିବ ଖଣି ଲିଜ

। ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା

ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି କରିବେ

ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, 2016ରେ ସଂଶୋଧନ କରୁଛନ୍ତି ।

କ୍ୟାବିନେଟ ନିଷ୍ପତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande