ଜଗତସିଂପୁରରୁ ଫେରାର ହୋଇଥିବା ସିକନ୍ଦର ଆଲାମକୁ ଗିରଫ କଲା ଯାଜପୁର ପୁଲିସ
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଜଗତସିଂହପୁରରୁ ଫେରାର ହୋଇଯାଇଥିବା ସିକନ୍ଦର ଆଲାମକୁ ଆଜି ଯାଜପୁର ପୁଲିସ ଗିରଫ କରିଛି । ଯାଜପୁର ସଦର ଥାନା ଅନ୍ତର୍ଗତ ବେହେରାମପୁର ବସ୍ତିରେ ବାଙ୍ଗଲାଦେଶୀଙ୍କୁ ରଖାଇ ଥିଲେ ଅଭିଯୁକ୍ତ ସିକନ୍ଦର । ବାଲାଙ୍ଗଲାଦେଶୀ ଚିହ୍ନଟ ନେଇ ଯାଜପୁର ପୁଲିସର ଚଢାଉ ପରେ ଫେରାର
ଜଗତସିଂପୁରରୁ ଫେରାର ହୋଇଥିବା ସିକନ୍ଦର ଆଲାମକୁ ଗିରଫ କଲା ଯାଜପୁର ପୁଲିସ


ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଜଗତସିଂହପୁରରୁ ଫେରାର ହୋଇଯାଇଥିବା ସିକନ୍ଦର ଆଲାମକୁ ଆଜି ଯାଜପୁର ପୁଲିସ ଗିରଫ କରିଛି । ଯାଜପୁର ସଦର ଥାନା ଅନ୍ତର୍ଗତ ବେହେରାମପୁର ବସ୍ତିରେ ବାଙ୍ଗଲାଦେଶୀଙ୍କୁ ରଖାଇ ଥିଲେ ଅଭିଯୁକ୍ତ ସିକନ୍ଦର । ବାଲାଙ୍ଗଲାଦେଶୀ ଚିହ୍ନଟ ନେଇ ଯାଜପୁର ପୁଲିସର ଚଢାଉ ପରେ ଫେରାର ହୋଇଯାଇଥିଲା ସିକନ୍ଦର । ଗତ ୨୭ ତାରିଖ ଦିନ ଧରି ଫେରାର ଥିଲା ସିକନ୍ଦର । ରହୁଥିବା ଘରୁ ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏହା ସହ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ ପଚରାଉଚୁରା କରୁଛି । ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢାଉ ଜାରି ରଖି ଥିଲା ପୁଲିସ । ସନ୍ଦିଗ୍ଧ ବାଙ୍ଗଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଏହି ଚଢାଉ । ଅତିରିକ୍ତ ଏସପି,ତରିକୁଟ ବିଟ୍ ହାଉସ ଅଧିକାରୀ ଓ ମହିଳା କନେଷ୍ଟବଲ ସମେତ ମୋଟ ୫ ଜଣ ସାମିଲ ହୋଇଥିଲେ । ଚଢାଉ କରିବା ମାତ୍ରେ ସିକନ୍ଦର ଦୁଇ ଭଉଣୀ ପୁଲିସକୁ ଆକ୍ରମଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande