ଡିସେମ୍ବର୧୯ରେ ରାଜ୍ୟ ସ୍ତରୀୟ ସତ୍ୟ ସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ
ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ବ୍ଲକ ଝାଲପଡା ପଂଚାୟତସ୍ଥ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟ ସାଇ କ୍ରିକେଟ୍ ପଡିଆରେ ଡିସେମ୍ବର ମାସ ୧୯ ତାରିଖରେ ରାଜ୍ୟ ସ୍ତରୀୟ ସତ୍ୟ ସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅନୁଷ୍ଠି ହେବ । ଏନେଇ ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି । ସତ୍ୟ ସାଇ କ୍ରିକେଟ ଆସୋସିଏସନର ସ
ଡିସେମ୍ବର୧୯ରେ ରାଜ୍ୟ ସ୍ତରୀୟ ସତ୍ୟ ସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ


ଧର୍ମଶାଳା,୨୨ନଭେମ୍ବର(ହି.ସ.) - ଯାଜପୁର ବ୍ଲକ ଝାଲପଡା ପଂଚାୟତସ୍ଥ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟ ସାଇ କ୍ରିକେଟ୍ ପଡିଆରେ ଡିସେମ୍ବର ମାସ ୧୯ ତାରିଖରେ ରାଜ୍ୟ ସ୍ତରୀୟ ସତ୍ୟ ସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅନୁଷ୍ଠି ହେବ । ଏନେଇ ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି । ସତ୍ୟ ସାଇ କ୍ରିକେଟ ଆସୋସିଏସନର ସଭାପତି ପ୍ରୀୟନାଥ ରାଉତଙ୍କ ସଭାପିତ୍ୱରେ ଏକ ପ୍ରସ୍ତତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ଯାଜପୁର ଇଲେଭେନଷ୍ଟାର ଯାଜପୁର ଟାଉନ,ଏୱାଇପି ପଂଚୁପାଣ୍ଡବ,ବଟ ମଙ୍ଗଳା କ୍ରିକେଟ୍ ଟିମ୍ ଗୋଳକୁଣ୍ଡ,ସତ୍ୟ ସାଇ କ୍ରିକେଟ ଟିମ୍ କାକୁଡିକୁଦ,ଆଦର୍ଶ କ୍ଲବ ବାଲେଶ୍ୱର,ଡିଆରକେ ବାରିପଦା,ଇନ୍ଦୁପୁର କ୍ରିକେଟ୍ କ୍ଲବ କେନ୍ଦ୍ରାପଡା,ୟୁନିକ୍ ଏକାଡେମୀ ଭଦ୍ରକ,ବାପୁଜୀ କ୍ଲବ ଭୁବନେଶ୍ୱର ଓ ସାଇ ଇଲେଭେନ ଭୁବନେଶ୍ୱର ଆଦି ରାଜ୍ୟର ପ୍ରମୁଖ କ୍ରିକେଟ୍ ଟିମ୍ ଯୋଗ ଦେବେ । ଏହି ପ୍ରତିଯୋଗିତା ଡିସେମ୍ବର ୧୯ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ବୈଠକରେ ଆସୋସିଏସନର ସମସ୍ତ କର୍ମକର୍ତା ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande