
ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ)- ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ମାଲକାନାଗିିରିର ଗାନ୍ଧୀ ସହିଦ ଲକ୍ଷ୍ମଣ ନାୟକଙ୍କ ପବିତ୍ର ଜନ୍ମଦିନ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଜନ୍ମଦିନ ପାଳନ କରାଯାଇଛି । ଉତ୍କଳ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ପରିଚାଳନା କରିଥିବା ବେଳେ ବିପ୍ଳବୀ ଲକ୍ଷ୍ମଣ ନାୟକଙ୍କ ବଳିଦାନ ସମ୍ପର୍କରେ ଆଜିର ଯୁବ ପିଢି ଅନୁପ୍ରାଣିତ ହେବା ଉଚିତ ବୋଲି ନିଜ ବକ୍ତବ୍ୟରେ ସମ୍ମିଳନୀର ଉପ-ସଭାପତି ଡ. ସୁରେନ୍ଦ୍ର ମିଶ୍ର, ଶାଖା ଉପଦେଷ୍ଟା ନିମାଇଁ ଚରଣ ଦାସ ଓ ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି କହିଥିଲେ ।
ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ, ରାମଚନ୍ଦ୍ର ସାମଲ ଓ ରତ୍ନାକର ନାୟକ ଆଦି ଭାଗନେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା