ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର, 23 ନଭେମ୍ବର (ହି.ସ.) ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ୧୨.୪୦ରୁ ଭୁବନେଶ୍ଵର ରୁ ବିମାନ ଯୋଗେ ବାହାରି ୧.୩୦ ସୁଦ୍ଧା ଆନନ୍ଦପୁର ଷ୍ଟାଡିୟମ୍ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଏକ ଘରୋଇ ସାମାଜିକ କାର୍ଯ୍ୟକ୍ରମର
ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ


କେନ୍ଦୁଝର, 23 ନଭେମ୍ବର (ହି.ସ.) ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ୧୨.୪୦ରୁ ଭୁବନେଶ୍ଵର ରୁ ବିମାନ ଯୋଗେ ବାହାରି ୧.୩୦ ସୁଦ୍ଧା ଆନନ୍ଦପୁର ଷ୍ଟାଡିୟମ୍ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଏକ ଘରୋଇ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ୩.୫ରୁ ବାହାରି କେନ୍ଦୁଝର ରାଇକଳା ସ୍ଥିତ ବାସଭବନରେ ୩.୩୫ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ରାଇଜି ଷ୍ଟାର ଦ୍ଵାରା ଆୟୋଜିତ ସପ୍ତମ ଜାତୀୟ କଳିଙ୍ଗ କପ ଫୁଟବଲ ଉଦଯାପନୀ ମ୍ୟାଚରେ ଯୋଗ ଦେଇ ୮.୪୦ ରେ ସର୍କିଟ ହାଉସକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande