ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତାକାଲି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ
ନୂଆଦିଲ୍ଲୀ, ୨୩ ନଭେମ୍ବର (ହି.ସ.)- ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ଭାରତର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ବ୍ରାଜିଲ ସମେତ ସାତଟି ଦେଶର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟ ବିଚାରପତି ଯୋଗଦେବେ
ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତାକାଲି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ


ନୂଆଦିଲ୍ଲୀ, ୨୩ ନଭେମ୍ବର (ହି.ସ.)- ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ଭାରତର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ବ୍ରାଜିଲ ସମେତ ସାତଟି ଦେଶର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟ ବିଚାରପତି ଯୋଗଦେବେ ।

ଏହି ସମାରୋହରେ ବ୍ରାଜିଲ ବ୍ୟତୀତ ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଏବଂ ଶ୍ରୀଲଙ୍କାର ମୁଖ୍ୟ ବିଚାରପତିମାନେ ମଧ୍ୟ ସେମାନଙ୍କ ପରିବାର ସହିତ ଯୋଗଦେବେ । ଭାରତୀୟ ନ୍ୟାୟପାଳିକାର ଇତିହାସରେ ଏହା ପ୍ରଥମ ଥର ହେବ ଯେ ଅନ୍ୟ ଦେଶରୁ ଏତେ ସଂଖ୍ୟାରେ ନ୍ୟାୟିକ ପ୍ରତିନିଧିମଣ୍ଡଳି ଜଣେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ ଏବଂ ତାଙ୍କର କାର୍ଯ୍ୟକାଳ୧୪ ମାସ ରହିବ । ସେ ୯ ଫେବୃଆରୀ, ୨୦୨୭ ରେ ଅବସର ନେବେ । ଜଷ୍ଟିସ ସୂର୍ଯ୍ୟକାନ୍ତ ହରିୟାଣାରୁ ପ୍ରଥମ ମୁଖ୍ୟ ବିଚାରପତି ହେବେ । ବର୍ତମାନର ମୁଖ୍ୟ ବିଚାରପତି ବି.ଆର. ଗଭାଇ ଆଜି ଅବସର ନେବେ । ଜଷ୍ଟିସ ବି.ଆର. ଗଭାଇଙ୍କ ଶେଷ କାର୍ଯ୍ୟ ଦିବସ ନଭେମ୍ବର ୨୨ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande