ବିଜେପିକୁ ଟାର୍ଗେଟ୍ କଲେ ସମାଜବାଦୀ ପାର୍ଟି ବିଧାୟକ, କହିଲେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା କଷ୍ଟକର
ସମ୍ଭଲ, ୨୩ ନଭେମ୍ବର (ହି.ସ.)- ସମ୍ଭଲ ସମାଜବାଦୀ ପାର୍ଟି ବିଧାୟକ ଇକବାଲ ମହମୁଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା କଷ୍ଟକର ଏବଂ ବିହାରରେ ଜଙ୍ଗଲ ରାଜ ବିଷୟରେ ତାଙ୍କ ବୟାନ ଉପରେ ମଧ
ବିଜେପିକୁ ଟାର୍ଗେଟ୍ କଲେ ସମାଜବାଦୀ ପାର୍ଟି ବିଧାୟକ, କହିଲେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା କଷ୍ଟକର


ସମ୍ଭଲ, ୨୩ ନଭେମ୍ବର (ହି.ସ.)- ସମ୍ଭଲ ସମାଜବାଦୀ ପାର୍ଟି ବିଧାୟକ ଇକବାଲ ମହମୁଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା କଷ୍ଟକର ଏବଂ ବିହାରରେ ଜଙ୍ଗଲ ରାଜ ବିଷୟରେ ତାଙ୍କ ବୟାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସମ୍ଭଲର ରାଇସତି ଥାନା ଅଂଚଳରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମ ସହିତ କଥାବାର୍ତା ବେଳେ ବିଧାୟକ ମହମୁଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଗତ ଥର ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପାଇଁ ଯଥେଷ୍ଟ ପ୍ରୟାସ କରିଥିଲେ । ସେ କହିଛନ୍ତି ଯେ, ଦିଦି ତୃଣମୂଳ ସହିତ ଜଡ଼ିତ ଥିବା ଜଣେ ମହିଳା ନେତ୍ରୀ ଏବଂ ତାଙ୍କୁ ପରାସ୍ତ କରିବା ସହଜ ନୁହେଁ । ସେ ବହୁତ ପରିଶ୍ରମୀ ଏବଂ ଜନସାଧାରଣ ଏବେ ବି ତାଙ୍କ ପ୍ରତି ଭଲ ଭାବନା ରଖିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ସରକାରଙ୍କୁ ବଦନାମ୍ କରିବା ପାଇଁ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସମସ୍ତେ ତାଙ୍କ ପଛରେ ପଡିଛନ୍ତି, କିନ୍ତୁ ସେ କାହାରି ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ବିଧାୟକ ମହମୁଦ କହିଛନ୍ତି ଯେ, ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀ ହିନ୍ଦୁସ୍ଥାନକୁ ତିଆରି କରିଛନ୍ତି, ଯେତେବେଳେକି ବର୍ତମାନର ସରକାର କେବଳ ନିଜର ନାମ ନେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande