ଶ୍ରୀ ମାତା ବୈଷ୍ଣୋ ଦେବୀ ଇନଷ୍ଟିଚ୍ୟୁଡ ଅଫ୍ ମେଡିକାଲ ଏକ୍ସିଲେନ୍ସରେ ପ୍ରଥମ ଏମବିବିଏସ ଆଡମିସନ ଲିଷ୍ଟ ରଦ୍ଦ କରିବାକୁ ଦାବି, ଉପରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ
ଜମ୍ମୁ, 23 ନଭେମ୍ବର (ହି.ସ.)- ବିଜେପି ବିଧାୟକମାନଙ୍କ ଏକ ପ୍ରତିନିଧିମଣ୍ଡଳ ଶନିବାର ରାତିରେ ଲେଫ୍ଟିନେଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କୁ ଭେଟି ରିଆସି ଜିଲ୍ଲାର ଶ୍ରୀ ମାତା ବୈଷ୍ଣୋ ଦେବୀ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ଏକ୍ସିଲେନ୍ସ ଦ୍ୱାରା ଜାରି କରାଯାଇଥିବା ପ୍ରଥ
ଶ୍ରୀ ମାତା ବୈଷ୍ଣୋ     ଦେବୀ ଇନଷ୍ଟିଚ୍ୟୁଡ ଅଫ୍ ମେଡିକାଲ ଏକ୍ସିଲେନ୍ସରେ ପ୍ରଥମ ଏମବିବିଏସ ଆଡମିସନ ଲିଷ୍ଟ ରଦ୍ଦ     କରିବାକୁ ଦାବି, ଉପରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ


ଜମ୍ମୁ, 23 ନଭେମ୍ବର (ହି.ସ.)- ବିଜେପି

ବିଧାୟକମାନଙ୍କ ଏକ ପ୍ରତିନିଧିମଣ୍ଡଳ ଶନିବାର ରାତିରେ ଲେଫ୍ଟିନେଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କୁ

ଭେଟି ରିଆସି ଜିଲ୍ଲାର ଶ୍ରୀ ମାତା ବୈଷ୍ଣୋ ଦେବୀ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ଏକ୍ସିଲେନ୍ସ

ଦ୍ୱାରା ଜାରି କରାଯାଇଥିବା ପ୍ରଥମ ଭର୍ତ୍ତି

ତାଲିକାକୁ ରଦ୍ଦ କରିବାକୁ ଦାବି କରିଛନ୍ତି।

ଜମ୍ମୁ ଏବଂ କାଶ୍ମୀର

ବିଧାନସଭାରେ ବିରୋଧୀ ନେତା ସୁନୀଲ ଶର୍ମାଙ୍କ ନେତୃତ୍ୱରେ ଥିବା ଏହି ଦଳ ଚୟନ ତାଲିକା ଉପରେ

ପ୍ରଶ୍ନ ଉଠାଇ ଅଭିଯୋଗ କରିଛି ଯେ ଭର୍ତ୍ତି ପାଇଥିବା ଅଧିକାଂଶ ଛାତ୍ର ଗୋଟିଏ ସମୁଦାୟର।

ରାଜଭବନର ବୟାନ ଅନୁସାରେ, ସୁନୀଲ ଶର୍ମା ସହିତ ବିଧାୟକ ଶ୍ୟାମ ଲାଲ ଶର୍ମା, ସୁରଜୀତ ସିଂହ ସଲାଥିଆ, ଦେବେନ୍ଦ୍ର କୁମାର ମନ୍ୟାଳ ଏବଂ ରଣବୀର ସିଂହ ପଠାନିଆ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ବୈଠକ ପରେ ଶର୍ମା କହିଛନ୍ତି

ଯେ ଶ୍ରୀ ମାତା ବୈଷ୍ଣୋ ଦେବୀ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ଏକ୍ସିଲେନ୍ସର ପ୍ରଥମ ଭର୍ତ୍ତି

ବ୍ୟାଚ୍‌ରେ ଅଧିକାଂଶ ସିଟ୍ ଏକ ନିର୍ଦ୍ଦିଷ୍ଟ ସମୁଦାୟର ଛାତ୍ରମାନଙ୍କୁ ମିଳିଛି। ସେ କହିଛନ୍ତି

ଯେ ଏହି ସଂସ୍ଥା ଭକ୍ତମାନଙ୍କ ଧାର୍ମିକ ଆସ୍ଥା ସହ ଜଡିତ ଅଟେ ଏବଂ ଶ୍ରାଇନ୍ ବୋର୍ଡକୁ ମିଳୁଥିବା

ଦାନ ଧାର୍ମିକ ଓ ସାଂସ୍କୃତିକ ଉଦ୍ଦେଶ୍ୟ ପାଇଁ ଥିଲା।ଶର୍ମା କହିଛନ୍ତି ଯେ ଆମର ଆପତ୍ତି ଏହାକୁ

ନେଇ ଯେ ଏହି ସ୍ଥାନ ସମ୍ପୂର୍ଣ୍ଣ ଧାର୍ମିକ ଏବଂ ଦେଶଭରିର କୋଟି କୋଟି ଭକ୍ତଙ୍କ ଆସ୍ଥା ସହ

ଜଡିତ। ସେମାନେ ଏହି ଆଶାରେ ଦାନ ଦିଆନ୍ତି ଯେ ଏହି ଟଙ୍କାଧାର୍ମିକ ଏବଂ ସାଂସ୍କୃତିକ

ବିକାଶ ପାଇଁ ବ୍ୟବହୃତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande