
ନୂଆଦିଲ୍ଲୀ, 23 ନଭେମ୍ବର (ହି.ସ.)- ଭାରତୀୟ
ମଜଦୁର ସଂଘର ବରିଷ୍ଠଷ୍ଠ କାର୍ଯ୍ୟକର୍ତ୍ତା ଯଶବନ୍ତ ସିଂହ ଚୌହାନଙ୍କ ଦେହାନ୍ତ ଘଟିଛି। ଗତରାତିରେ
ସେ ଇହଲୋକ ତ୍ୟାଗ କରିଛନ୍ତି । ଚୌହାନଙ୍କ ଶେଷ ସଂସ୍କାର ଆଜି ଦିନ 12ଟାରେ ଦିଲ୍ଲୀର ନିଗମ ବୋଧ
ଘାଟରେ କରାଯିବ। ଭାରତୀୟ ମଜଦୁର ସଂଘର ଆଞ୍ଚଳିକ ସଂଗଠନ ମନ୍ତ୍ରୀ ଅନୁପମ ଏକ ବିବୃତ୍ତି ଜାରି
କରି ଏହି ଦୁଃଖଦ ସୂଚନା ପ୍ରଦାନ କରିଛନ୍ତି।
ସେ କହିଛନ୍ତି ଯେ
ପାର୍ଥିବ ଶରୀରକୁ ରାଜଘାଟକୁ ନେବା ପୂର୍ବରୁ ପୂର୍ବାହ୍ନ 11ଟାରେ ଭାରତୀୟ ମଜଦୁର ସଂଘର
କାର୍ଯ୍ୟାଳୟ (2426 ତିଳକ ଗଳି,
ଚୁନା ମଣ୍ଡି, ପହାଡ଼ଗଞ୍ଜ)ରେ ଦିବଙ୍ଗତ ନେତା ଚୌହାନଙ୍କ ଅନ୍ତିମ ଦର୍ଶନ ହୋଇଥିଲା। ତାହା ପରେ ଅନ୍ତିମ
ଯାତ୍ରା ଆରମ୍ଭ ହୋଇଥିଲା।
ଆଞ୍ଚଳିକ ସଂଗଠନ ମନ୍ତ୍ରୀ
ଅନୁପମ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ,“ଚୌହାନ ନିଜର ସମ୍ପୂର୍ଣ୍ଣ ଜୀବନଟି ସଂଗଠନ,
ସମାଜ ଏବଂ ଶ୍ରମିକ ହିତର ସେବାକୁ
ସମର୍ପିତ କରିଥିଲେ। ତାଙ୍କର ତ୍ୟାଗ,
ନିଷ୍ଠା ଏବଂ କର୍ମଠତା ସର୍ବଦା ସ୍ମରଣୀୟ
ରହିବ ଏବଂ ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିବ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା