
ରାୟପୁର, 23 ନଭେମ୍ବର (ହି.ସ.)- ଛତିଶଗଡ଼ରେ
ରବିବାର ସକାଳେ ଏସିବି-ଇଓଡବ୍ଲୁ ଟିମ୍ମାନେ ଅବକାରୀ ଏବଂ ଡିଏମଏଫମାମଲା ସହ ସମ୍ବନ୍ଧିତ
ପ୍ରାୟ 18ଟି ସ୍ଥାନରେ ରେଡ୍ କରିଛନ୍ତି।
ତଦନ୍ତ ଏଜେନ୍ସିଙ୍କ
ସୂତ୍ର ଅନୁସାରେ, ରାୟପୁରର ରାମା ଗ୍ରିନ୍ କଲୋନୀରେ ପୂର୍ବ ଅବକାରୀ ଆୟୁକ୍ତ ନିରଞ୍ଜନ ଦାସଙ୍କ ଠିକଣାରେ ଚଢାଉ
କରାଯାଇଛି । ଘଟଣାସ୍ଥଳରେ ଅଧିକାରୀମାନେ ଦଲିଲପତ୍ରମାନଙ୍କ ଯାଞ୍ଚ କରୁଛନ୍ତି। ସେହିପରି
ଆମଲିଡିହରେ ଥିବା ଲା ଭିଷ୍ଟା କଲୋନୀରେ ବ୍ୟବସାୟୀ ହରପାଲ ଅରୋରାଙ୍କ ଘରରେ ମଧ୍ୟ ରେଡ୍ ହୋଇଛି।
ଏହାସହ ମଧ୍ୟ ବିଳାସପୁରରେ ଅଶୋକ ଟୁଟେଜାଙ୍କ ସ୍ଥାନ ଉପରେ ମଧ୍ୟ ରେଡ୍ ହୋଇଛଇ ।
ରାୟପୁରର ଜଣେ ପୁଲିସ
ଅଧିକାରୀଙ୍କ ଅନୁସାରେ, ରାମା ଗ୍ରିନ୍ କଲୋନୀରେ ପୂର୍ବ ଅବକାରୀ ଆୟୁକ୍ତ ନିରଞ୍ଜନ ଦାସଙ୍କ ଠିକଣା ସହିତ
ଅମ୍ବିକାପୁର, କୋଣ୍ଡାଗାଁ ଭିତରେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ରେଡ୍ କରାଯାଉଛି।
ଏସିବି-ଇଓଡବ୍ଲୁ ଟିମ୍ର
ଅଧିକାରୀମାନେ ଦଲିଲପତ୍ରମାନଙ୍କ ଯାଞ୍ଚ ଜାରି ରଖିଛନ୍ତି। ସରଗୁଜା ଜିଲ୍ଲା ମୁଖ୍ୟାଳୟରେ ପଶୁ
ଚିକିତ୍ସକ ଡ଼ଃ ତନଭୀର ଅହମଦ ଏବଂ ସପ୍ଲାୟର ଅମିତ ଅଗ୍ରୱାଲଙ୍କ ଠିକଣାରେ ମଧ୍ୟ ଏସିବି-ଇଓଡବ୍ଲୁ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ଏବଂ ଯାଞ୍ଚ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା