ତୀର୍ଥଯାତ୍ରାରେ ଗଲେ ୧୦୮ ବରିଷ୍ଠ ନାଗରିକ
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଉଜ୍ଜୟିନୀ-ଓଁକାରେଶ୍ୱର ଅଭିମୁଖେ ତୀର୍ଥଯାତ୍ରାରେ ବାହାରିଲେ କେନ୍ଦ୍ରାପଡ଼ାର ୧୦୮ ତୀର୍ଥଯାତ୍ରୀ। ଆସନ୍ତାକାଲି ଭୁବନେଶ୍ୱରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃ
ତୀର୍ଥଯାତ୍ରା ରେ ଗଲେ ୧୦୮ ବରିଷ୍ଠ ନାଗରିକ


କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଉଜ୍ଜୟିନୀ-ଓଁକାରେଶ୍ୱର ଅଭିମୁଖେ ତୀର୍ଥଯାତ୍ରାରେ ବାହାରିଲେ କେନ୍ଦ୍ରାପଡ଼ାର ୧୦୮ ତୀର୍ଥଯାତ୍ରୀ। ଆସନ୍ତାକାଲି ଭୁବନେଶ୍ୱରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭଵନରେ ସମସ୍ତଙ୍କ ପଞ୍ଜିକରଣ ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅପରାହ୍ନରେ ୪ଟା ବେଳେ ୩ଟି ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ବିଧାୟକ କେନ୍ଦ୍ରାପଡ଼ା ଗଣେଶ୍ୱର ବେହେରା, ବିଧାୟକ ମହାକାଳପଡ଼ା ଦୁର୍ଗା ପ୍ରସନ ନାୟକ, ଜିଲ୍ଲପାଳ ରଘୁରାମ ଆର ଆୟର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ରହି ଯାତ୍ରାର ଶୁଭାରମ୍ଭ କରିଥିଲେ।

ସୂଚନା ଯେ, ରାଜନଗର ଜଣେ ରାଜକନିକା ୮ ଜଣ, ଗରଦପୁର ୩ ଜଣ, ଡେରାବିଶ ୧୯ ଜଣ, ମହାକାଳପଡ଼ା ୧୩ ଜଣ, ମାର୍ଶାଘାଇ ୧୬ ଜଣ, ପଟ୍ଟାମୁଣ୍ଡାଇ ୨ ଜଣ, କେନ୍ଦ୍ରାପଡ଼ା ବ୍ଲକରୁ ୩୯ ଜଣ ଏବଂ ଦୁଇ ମୁନିସିପାଲିଟି ଅଞ୍ଚଳରୁ ୪ ଜଣଙ୍କ ସମେତ ୪ ଜଣ ଏସ୍କୋର୍ଟ ଅଫିସର ଯାତ୍ରା କରିଛନ୍ତି। ପ୍ରକାଶ ଥାଉକି, ତୀର୍ଥଯାତ୍ରୀ ନଭେମ୍ବର ୩୦ ତାରିଖରେ ଫେରିବେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande